28.1 C
Bhubaneswar
Saturday, April 20, 2024
Homeରାଜନୀତିମହିଳା ସୁରକ୍ଷା ଦିଗରେ ଆଉ କେତେ ଦିନ ନୀରବ ରହିବେ ମୁଖ୍ୟମନ୍ତ୍ରୀ : ବିଜେପି

ମହିଳା ସୁରକ୍ଷା ଦିଗରେ ଆଉ କେତେ ଦିନ ନୀରବ ରହିବେ ମୁଖ୍ୟମନ୍ତ୍ରୀ : ବିଜେପି

କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତର ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ ଏବଂ ହତ୍ୟା ପ୍ରସଙ୍ଗ
 ରାଜ୍ୟରେ ଆଦିବାସୀ ଝିଅ ହୋଇ ଜନ୍ମହେବା ଏବେ ଅଭିଶାପ ପାଲଟିଛି
 ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ
 ପୋଲିସ ତୁରନ୍ତ ଅପରାଧୀଙ୍କୁ ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ଗିରଫ କରୁ
 ଜିଲ୍ଲା ପ୍ରଶାସନ ତୁରନ୍ତ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଅନୁଯାୟୀ ପୀଡିତା ପରିବାରକୁ କ୍ଷତିପୂରଣ ପ୍ରଦାନ
କରନ୍ତୁ
 ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ
 ଜନପ୍ରତିନିଧୀମାନଙ୍କର କୌଣସି ଭୂମିକା ନଥିବାରୁ ରାଜ୍ୟରେ ଚାଲିଛି ଅମଲାତନ୍ତ୍ର ଶାସନ
 ରାଜ୍ୟସରକାରଙ୍କ ଅପାରଗତା ଓ ନୀରବତା ଯୋଗୁଁ ଅପରାଧୀମାନେ ଏଠି ସକ୍ରିୟ ହୋଇ ଖୁଲୁମଖୁଲା ମହିଳା
ଓ ନାବାଳିକାଙ୍କ ସହ ଅପରାଧ ଘଟାଇ ଚାଲିଛନ୍ତି
 ତଦନ୍ତକୁ ବାଟବଣା କରିବା ପାଇଁ ଖୋଦ୍ ପୋଲିସ ତଥ୍ୟ ପ୍ରମାଣ ନଷ୍ଟ କରୁଛି

ଭୁବନେଶ୍ୱର : ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ପ୍ରତିଦିନ ମହିଳା ଓ ନାବାଳିକାମାନଙ୍କ
ସହ ଦୁଷ୍କର୍ମ ବଢିବାରେ ଲାଗିଛି । ବିଶେଷ କରି ଗତ କିଛି ମାସ ହେବ ଆଦିବାସୀ ନାବାଳିକା ମାନଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣା
କ୍ରମାଗତ ଭାବେ ବୃଦ୍ଧି ପାଇଛି । ୨୦ ଜୁଲାଇରେ କିଛି ଦୃବୁତ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତ ବାଗଚୁଆଁ ଗାଁର
ଜଣେ ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ କରି ହତ୍ୟା କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ । ଏହି ଘଟଣାକୁ ୨ ଦିନ
ବିତିଥିଲେ ବି ପୋଲିସ ଏର୍ପ୍ୟନ୍ତ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି । ଏଥିରୁ ସ୍ପଷ୍ଟ ହେଉଛି କି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି
ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇପଡିଛି । କେବଳ ଏହି ଗୋଟିଏ ଘଟଣା ନୁହେଁ ଅନେକ ଘଟଣାରେ ଶାସକ ଦଳ ଚାପରେ ଅଥବା
ଶାସକ ଦଳର ସଂପୃକ୍ତି ଥିବା ଯୋଗୁ ଁ ଦୁଷ୍କର୍ମକାରୀଙ୍କୁ ଉଚିତ୍ ଦଣ୍ଡ ମିଳିପାରୁନାହିଁ । ଅନ୍ୟପଟେ ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀ ମହିଳା
ସୁରକ୍ଷା ଦିଗରେ କାହିଁକି ନୀରବ ରହୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ଡ.ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟରେ ମହିଳା ଏବଂ ନାବାଳିକା ମାନଙ୍କୁ ସୁରକ୍ଷା ଯୋଗାଇଦେବା ରାଜ୍ୟ ସରକାରଙ୍କ
ପ୍ରଥମ ଦାୟୀତ୍ୱ । କିନ୍ତୁ ଏଠି ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମହିଳା କମିଶନ କେହି ବି ନିଜର ସାମ୍ବିଧାନିକ ଦାୟୀତ୍ୱ
ତୁଲାଉନାହାଁନ୍ତି । ପ୍ରତିଦିନ ମହିଳାଙ୍କ ଇଜ୍ଜତ ଲୁଟ୍ ହେଉଛି । ଜନପ୍ରତିନିଧୀମାନଙ୍କର କୌଣସି ଭୂମିକା ନଥିବାରୁ ରାଜ୍ୟରେ ଅମଲାତନ୍ତ୍ର
ଶାସନ ଚାଲିଛି । ସେମାନେ ବି ମହିଳା ସୁରକ୍ଷା ଦିଗରେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ରାଜ୍ୟସରକାରଙ୍କ ଅପାରଗତା
ଓ ନୀରବତା ଯୋଗୁଁ ଅପରାଧୀମାନେ ଏଠି ସକ୍ରିୟ ହୋଇ ଖୁଲୁମଖୁଲା ମହିଳା ଓ ନାବାଳିକାଙ୍କ ସହ ଅପରାଧ ଘଟାଇ ଚାଲିଛନ୍ତି ।
ରାଜ୍ୟରେ ଆଦିବାସୀ ଝିଅ ହୋଇ ଜନ୍ମହେବା ଏବେ ଅଭିଶାପ ପାଲଟିଛି । ପୂର୍ବରୁ କୁନ୍ଦୁଲି ପୀଡିତା, ମାଲକାନଗିରି ,
ବୀରମିତ୍ରପୁର ଆଦିବାସୀ ମହିଳା ଓ ନାବାଳିକା ଦୁଷ୍କର୍ମ ଘଟଣାରେ ପୋଲିସର ନିଷ୍କ୍ରିୟତା ସାମ୍ନାକୁ ଆସିଛି । ରକ୍ଷକ ଏଠି ଭକ୍ଷକ ସାଜୁଛି ।
ଅନେକ ସମୟରେ ତଦନ୍ତକୁ ବାଟବଣା କରିବା ପାଇଁ ଖୋଦ୍ ପୋଲିସ ତଥ୍ୟ ପ୍ରମାଣ ନଷ୍ଟ କରୁଛି । ଶାସକ ଦଳ ଇଙ୍ଗିତରେ ପୋଲିସ
ଅପରାଧୀମାନଙ୍କୁ ଘଂଟ ଘୋଡାଇବାର ପ୍ରମାଣ ଲୋକଲୋଚନକୁ ଆସିଛି । ରାଜ୍ୟରେ ଏଭଳି ଅମାନବୀୟ ଏବଂ ଅଭାବନୀୟ ଘଟଣା
ପାଇଁ କେବଳ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଏହି ଘଟଣାରେ ପୋଲିସ ତୁରନ୍ତ ଅପରାଧୀଙ୍କୁ ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ଗିରଫ କରିବା ସହ
ଜିଲ୍ଲା ପ୍ରଶାସନ ପୀଡିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ଡ.ସାମନ୍ତସିଂହାର ଦାବୀ କରିଛନ୍ତି । ମହିଳା ସୁରକ୍ଷା ଦିଗରେ ଯଦି
ରାଜ୍ୟ ସରକାର ଆଗକୁ କୈାଣସି ପଦପେକ୍ଷ ଗ୍ରହଣ ନକରନ୍ତି ତେବେ ସରକାରଙ୍କ ବିରୁଦ୍ଧରେ ରାଜ୍ୟ ବିଜେପି ରାଜରାସ୍ତାକୁ ଓହ୍ଲାଇବ
ବୋଲି ଡ.ସାମନ୍ତସିଂହାର ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking