33.1 C
Bhubaneswar
Saturday, April 27, 2024
Homeଓଡିଶାରାଜଧାନୀରେ ଆଉ ୫୧ କରୋନା ପଜେଟିଭ ଚିହ୍ନଟ

ରାଜଧାନୀରେ ଆଉ ୫୧ କରୋନା ପଜେଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ଆଉ ୫୧ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୩୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୬ଟି ଲୋକାଲ କଣ୍ଟାକ୍ଟ କେସ ରହିଛି । କଣ୍ଟାକ୍ଟ କେସ ମଧ୍ୟରେ କେନ୍ଦ୍ର ସରକାରଙ୍କ ହସ୍ପିଟାଲରେ କାର୍ଯ୍ୟରତ ଜଣେ ୩୨ ବର୍ଷୀୟ ପୁରୁଷ ଓ ୨୫ ବର୍ଷୀୟା ଯୁବତୀ କରୋନା ପଜିଟିଭ ବାହାରିଛନ୍ତି । ଆଉ ଦୁଇଟି କେସ ଚନ୍ଦ୍ରଶେଖରପୁରରୁ ଜଣେ ୨୭ ଓ ୫୦ ବର୍ଷୀୟ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେମାନେ ଅନ୍ୟ ଏକ ଜିଲ୍ଲାରୁ ଆସିଥିବା ସୂଚନା ରହିଛି । ଆଉ ଗୋଟିଏ କେସ ଲକ୍ଷ୍‌ମୀସାଗର ଅଂଚଳରୁ ଜଣେ ୩୯ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । କଳିଙ୍ଗ ବିହାର ଅଂଚଳରୁ ଜଣେ ୬୫ ଓ ଆଉ ଜଣେ ୨୮ ବର୍ଷୀୟା ମହିଳା କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନେ ନିକଟରେ ହଟସ୍ପଟ ଜିଲ୍ଲାରୁ ଫେରିଥିବା ସୂଚନା ରହିଛି । ଆଉ ଗୋଟିଏ କେସ ଭରତପୁରରେ ଜଣେ ୨୧ ବର୍ଷୀୟା ଯୁବତୀ ଆକ୍ରାନ୍ତ ହୋଇଛନ୍ତି । ଖାରବେଳ ନଗରରୁ ଜଣେ ୨୮ ବର୍ଷୀୟା ଯୁବତୀ କରୋନାରେ ପଜେଟିଭ ବାହାରିଛନ୍ତି । ଶାସ୍ତ୍ରୀନଗର ଅଂଚଳରେ ଜଣେ ୫୭ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଅଛନ୍ତି । ନିକଟରେ ସେ ମଧ୍ୟ ହଟ ସ୍ପଟ ଜିଲ୍ଲାରୁ ଫେରିଥିଲେ । ଆଉ ଦୁଇଟି କେସ ମଧ୍ୟ ୟୁନିଟ ୬ ଅଂଚଳରୁ ଜଣେ ୨୧ ଓ ୨୦ ବର୍ଷୀୟ ଯୁବକ କରୋନାରେ ସଂକ୍ରମିତ ହୋଇଛନ୍ତି । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଫେରିଥିବା ଜଣାପଡିଛି । ଘରୋଇ ହସ୍ପିଟାଲରୁ ଫେରିଥିବା ଜଣେ ୩୪ ବର୍ଷୀୟା ଯୁବତୀ ଶାସ୍ତ୍ରୀନଗର ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଝାରପଡରୁ ୨୭ ବର୍ଷୀୟ ଯୁବକ ଜଣକ ଘରୋଇ ହସ୍ପିଟାଲରୁ ଫେରିଥିବା ସହ ସଂକ୍ରମିତ ହୋଇଛନ୍ତି । ନୟାପଲ୍ଲୀ ଅଂଚଳରୁ ଜଣେ ୨୮ ବର୍ଷୀୟା ଯୁବତୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ପଜେଟିଭ ଚିହ୍ନଟ ହୋଇଛନ୍ତି । ଶେଷରେ ନୟାପଲ୍ଲୀ ଏନ-୫ ଅଚଂଳରୁ ଜମେ ୨୯ ବର୍ଷୀୟ ଯୁବକ କରୋନା ସଂକ୍ରମିତ ହୋଇଛନ୍ତି । ସେହିଭଳି ଆଜି ରାଜଧାନୀରୁ ୫ ଜଣ ସୁସ୍ଥ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking