27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶପାକ୍‌-ଆଫଗାନ୍‌ ସୀମାରେ ଆତଙ୍କୀ ଆକ୍ରମଣ: ୫ ପାକିସ୍ତାନୀ ସୁରକ୍ଷାକର୍ମୀ ମୃତ

ପାକ୍‌-ଆଫଗାନ୍‌ ସୀମାରେ ଆତଙ୍କୀ ଆକ୍ରମଣ: ୫ ପାକିସ୍ତାନୀ ସୁରକ୍ଷାକର୍ମୀ ମୃତ

ଇସଲାମାବାଦ: ଆଫଗାନିସ୍ଥାନ ସୀମାରେ ୫ ପାକିସ୍ତାନୀ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି । ଆତଙ୍କବାଦୀମାନେ ପାକିସ୍ତାନର ଉତ୍ତର ପଶ୍ଚିମ ସ୍ଥିତ ସୁରକ୍ଷାବାହିନୀର ଏକ ଗାଡି ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଫଳରେ ରେ ୫ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରୁ ୪ ଜଣ ଫ୍ରଣ୍ଟିଅର୍ କର୍ପସର ସଦସ୍ୟ ଥିବାବେଳେ ଅନ୍ୟ ଜଣେ ଲେବିଜ୍‌ର ସଦସ୍ୟ ଥିବାର ପାକ୍‌ ସେନାର ପି.ଆର୍‌ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାନୁଯାୟୀ, ଆକ୍ରମଣ ହୋଇଥିବା ଅଞ୍ଚଳରେ ତେହେରିକ-ଇ-ତାଲିବାନ (ଟିଟିପି) ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି । ଟିଟିପି ହେଉଛି ପାକ୍ ଓ ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳର ଏକ ଆତଙ୍କୀ ସଙ୍ଗଠନ ।

କୁହାଯାଉଛି ଯେ, ଦୁଇ ଦିନ ପୂର୍ବରୁ ପାକିସ୍ତାନ ସେନା ହାତରେ ତେହେରିକ-ଇ-ତାଲିବାନ (ଟିଟିପି)ର ଏକ କମାଣ୍ଡରର ମୃତ୍ୟୁ ହୋଇଥିଲା । ଯାହାର ପ୍ରତିଶୋଧ ନେବା ପାଇଁ ଟିଟିପି ପାକିସ୍ତାନ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି । ପାକିସ୍ତାନରୁ ଆତଙ୍କବାଦୀମାନଙ୍କ ନିପାତ କରିବା ପାଇଁ ସୁରକ୍ଷା ବାହିନୀ ଲାଗିପଡିଛି । ନିକଟରେ ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନର ଅଞ୍ଚଳର ସୁରକ୍ଷା ବାହିନୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ଘଟିବାରେ ଲାଗିଛି । ଏହା ମଧ୍ୟରେ ଟିଟିପି ଘୋଷଣା କରିଛି, ସେ କୌଣସି ପ୍ରକାର ଆକ୍ରମଣ କରିନାହିଁ । ଏହା ପୂର୍ବରୁ ପାକିସ୍ତାନ ଗଣମାଧ୍ୟମ ଦ୍ୱାରା ପ୍ରକାଶ କରାଯାଇଛି, ଟିଟିପି ଆକ୍ରମଣ କରି ନିୟମ ଉଲ୍ଲଂଘନ କରିଛି । ସୀମାରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପାକିସ୍ତାନୀ ସୁରକ୍ଷା କର୍ମୀମାନଙ୍କ ଦ୍ୱାରା ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking