39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଟ୍ଵିଟରକୁ ପୁଣି ଫେରିବାକୁ ଚାହୁଁଛନ୍ତି ଟ୍ରମ୍ପ

ଟ୍ଵିଟରକୁ ପୁଣି ଫେରିବାକୁ ଚାହୁଁଛନ୍ତି ଟ୍ରମ୍ପ

ୱାଶିଂଟନ୍ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ଜଣେ ସଂଘୀୟ ନ୍ୟାୟାଧୀଶଙ୍କୁ ତାଙ୍କ ଟ୍ୱିଟର ଆକାଉଣ୍ଟ ପୁନଃସ୍ଥାପନ କରିବାକୁ କହିଛନ୍ତି। ଜାନୁୟାରୀରେ କ୍ୟାପିଟାଲ ହିଂସା (ସଂସଦ ଭବନ) ପରେ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିଛି। ଫ୍ଲୋରିଡା ଜିଲ୍ଲା କୋର୍ଟରେ ଟ୍ୱିଟର ବିରୋଧରେ ପ୍ରାଥମିକ ନିଷେଧାଦେଶ ପାଇଁ ଟ୍ରମ୍ପ ଏକ ଅନୁରୋଧ ଦାୟର କରିଛନ୍ତି। ଏଥି ସହିତ ସେ ଯୁକ୍ତି ମଧ୍ୟ କରିଛନ୍ତି କି, କଂଗ୍ରେସ ସଦସ୍ୟଙ୍କ ଦ୍ୱାରା ତାଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିବାକୁ କମ୍ପାନୀକୁ ବାଧ୍ୟ କରାଯାଇଥିଲା। ଜାନୁୟାରୀ ୬ରେ ତାଙ୍କ ସମର୍ଥକମାନେ କ୍ୟାପିଟାଲ ହିଲ ଉପରେ ଆକ୍ରମଣ କରିବା ପରେ ଟ୍ରମ୍ପଙ୍କୁ ସେହି ସମୟରେ ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତିବନ୍ଧିତ କରି ଦେଇଥିଲେ। ଆକାଉଣ୍ଟ ବନ୍ଦ କରିବା ପରେ ଟ୍ଵିଟର ଏକ ବିବୃତ୍ତି ଜାରି କରି କହିଥିଲା ଯେ ଟ୍ରମ୍ପ୍‌ଙ୍କ ଟ୍ୱିଟ୍ ହିଂସାକୁ ପ୍ରଶୟ ଦେଇଛି। ଏହା ଟ୍ୱିଟରର ନୀତି ଉଲ୍ଲଂଘନ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking