32.1 C
Bhubaneswar
Friday, April 26, 2024
Homeପଶ୍ଚିମବଙ୍ଗ ନିର୍ବାଚନଭବାନୀପୁରରେ ଜିତିଲେ ମମତା ବାନାର୍ଜୀ

ଭବାନୀପୁରରେ ଜିତିଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପୁଳ ବିଜୟ । ପଶ୍ଚିମବଙ୍ଗ ଭବାନୀପୁରରେ ଜିତିଲେ ମମତା ବାନାର୍ଜୀ । ବିଜେପିର ପ୍ରିୟଙ୍କା ତ୍ରିବ୍ରେୱାଲଙ୍କୁ ହରାଇଲେ ମମତା । ପ୍ରିୟଙ୍କାଙ୍କୁ ୫୮ ହଜାରରୁ ଅଧିକ ଭୋଟ୍‌ରେ ହରାଇଲେ ମମତା ବାନାର୍ଜୀ । ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଥିଲେ ମମତା ବାନାର୍ଜୀ ।

୨୧ ରାଉଣ୍ଡ ତଥା ଶେଷ ରାଉଣ୍ଡ ମତଗଣନାରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କ ତ୍ରିବ୍ରେୱାଲଙ୍କୁ ୫୮ ହଜାର ୮୩୨ ଭୋଟ୍‌ରେ ମାତ୍ ଦେଇଛନ୍ତି ମମତା। ଏଥିସହ ଭବାନୀପୁରରୁ ହ୍ୟାଟ୍ରିକ୍ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ନିଜ ପରାଜୟ ସ୍ୱୀକାର କରିବା ସହ ମମତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ ମଧ୍ୟ ଦୁଇଟି ନିର୍ବାଚନରେ ମମତା ଭବାନୀପୁର ଆସନରୁ ବିଜୟ ହାସଲ କରିସାରିଛନ୍ତି। କିନ୍ତୁ ବିଧାନସଭା ନିର୍ବାଚନରେ ମମତା ନନ୍ଦିଗ୍ରାମ ଆସନରୁ ଲଢ଼ିଥିଲେ।

ଏଠାରେ ସେ ବିଜେପିର ଶୁଭେନ୍ଦୁ ଅଧିକାରଙ୍କ ଠାରୁ ପରାଜିତ ହୋଇଥିଲେ। ତେବେ ସତ୍ତ୍ୱେ ବି ବିଜେପି ବିଧାନସଭା ନିର୍ବାଚନରେ ଟିଏମ୍‌ସି ୨୧୩ ସିଟ୍‌ରେ ବିପୁଳ ବିଜୟ ହାସଲ କରିଥିଲା। ଏଥିସହ ମମତା ବାନାର୍ଜୀ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଭବାନୀପୁର ବିଧାନସଭା ଆସନରେ ୫୭ ପ୍ରତିଶତ ଭୋଟିଂ ହୋଇଛି । ପୂର୍ବରୁ ନନ୍ଦୀଗ୍ରାମ ଆସନରୁ ଦିଦି ପରାସ୍ତ ହୋଇଥିବାରୁ ନିଜର ମୁଖ୍ୟମନ୍ତ୍ରୀ ଆସନ ବଞ୍ଚାଇବା ପାଇଁ ଏହି ସିଟରୁ ଜିତିବା ଦିଦିଙ୍କ ପାଇଁ ବେଶ୍ ଗୁରୁତ୍ୱ ଥିଲା । ତେଣୁ ଉଭୟ ଟିଏମସି ଓ ବିଜେପି ଆଜିର ଫଳାଫଳକୁ ଉତ୍ସୁକତାର ସହ ଚାହିଁ ବସିଥିଲେ । ଶେଷରେ ଦିଦି ମାରିନେଲେ ବାଜି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking