25.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶଓମିକ୍ରନ୍‌ରେ ୫ ଲକ୍ଷ ମରିଛନ୍ତିି: ‘ହୁ’

ଓମିକ୍ରନ୍‌ରେ ୫ ଲକ୍ଷ ମରିଛନ୍ତିି: ‘ହୁ’

ଜେନିଭା : ବିଶ୍ୱରେ କୋଭିଡ୍‌ର ଓମିକ୍ରନ୍ ଭାରିଆଣ୍ଟ୍‌ର ଆବିର୍ଭାବ ପରଠାରୁ ଏପର୍ଯ୍ୟନ୍ତ ଏହାର ପ୍ରଭାବରେ ୫ ଲକ୍ଷ ଲୋକ ପ୍ରାଣ ହରାଇସାରିଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ଗତବର୍ଷ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଓମିକ୍ରନ୍ ଭାରିଆଣ୍ଟ୍ ଚିହ୍ନଟ ହୋଇଥିଲା । ସେବେଠାରୁ ବିଶ୍ୱରେ ୧୩ କୋଟି ଲୋକ ଏଥିରେ ସଂକ୍ରମିତ ହୋଇସାରିଥିବାବେଳେ ୫ ଲକ୍ଷ ଲୋକଙ୍କ ପ୍ରାଣହାନି ଘଟିଛି ବୋଲି ‘ହୁ’ର ଇନ୍‌ସିିଡେଣ୍ଟ ମ୍ୟାନେଜର ଆବ୍‌ଦି ମାମୁଦ୍ କହିଛନ୍ତି ।

ଏଥିରୁ ଡେଲ୍‌ଟା ତୁଳନାରେ ଓମିକ୍ରନ୍ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇଥିବା ସେ ସୂଚନା ଦେଇଛନ୍ତି । କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓମିକ୍ରନ୍‌କୁ ଘାତକ ନୁହେଁ ବୋଲି ଯେଉଁ ପ୍ରଚାର ଚଳାଇଛନ୍ତି, ତାହା ଉପରୋକ୍ତ ତଥ୍ୟରୁ ଭୁଲ ପ୍ରମାଣିତ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି । ତେଣୁ ଓମିକ୍ରନ୍‌କୁ ଏତେ ହାଲୁକାଭାବେ ଗ୍ରହଣ ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଅପରପକ୍ଷରେ ବିଶ୍ୱରେ ଓମିକ୍ରନ୍ ଜନିତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇଥାଇପାରେ ବୋଲି ‘ହୁ’ର ବୈଷୟିକ ଟିମ୍ ମୁଖ୍ୟ ମାରିଆ ଭାନ୍ କର୍କୋଭ୍ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking