ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଦିଗ ସୃଷ୍ଟି କରିବ କହିଛନ୍ତି ପ୍ରଭାତୀ ପରିଡା । ଆହୁରି କହିଛନ୍ତି, ଆମ ସରକାର ଏହାକୁ ଲୋକଲୋଚନକୁ ଆଣି ବିଶ୍ବ ଦରବାରରେ ପହଞ୍ଚାଇବ । ଏହାସହ ୨୦୨୫ ଶେଷ ସୁଦ୍ଧା ଓଡ଼ିଶା ପର୍ୟ୍ୟଟନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା। ଏଥିସହ ପ୍ରବାସୀ ଭାରତୀୟ ଦିବସରେ ଷ୍ଟାର ସେଫ୍ ସଞ୍ଜୀବ କପୁର ମଧ୍ୟ ପ୍ରଶଂସା କରିଛନ୍ତି । ଓଡ଼ିଆ ଆତିଥ୍ୟକୁ ଖୁବ୍ ପ୍ରଶଂସା କରିବା ସହ ଏଭଳି ଆୟୋଜନରେ ଖୁସି ପ୍ରକାଶ କରିଛନ୍ତି। ଏହାସହ ପ୍ରବାସୀ ଭାରତୀୟ ଦିବସ ସହ ଓଡ଼ିଶା ତା’ର ସ୍ବର୍ଣ୍ଣିମ ସମୟ ଫେରିପାଇଥିବା କହିଛନ୍ତି ସଞ୍ଜୀବ କପୁର ।