28.1 C
Bhubaneswar
Thursday, July 10, 2025
Homeଓଡିଶାକାଶୀରେ ଫସିଥିବା ୪୭ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର ପାଇଁ ଗୁହାରୀ

କାଶୀରେ ଫସିଥିବା ୪୭ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର ପାଇଁ ଗୁହାରୀ

ବରଗଡ : ଲକଡାଉନ ଯୋଗୁଁ ବରଗଡ଼ ଜିଲ୍ଳା ଅତାବିରାରୁ ତୀର୍ଥଯାତ୍ରା ପାଇଁ କାଶୀ ବନାରସ ଯାଇଥିବା ବେଳେ ସେଠାରୁ ଫେରି ପାରୁନାହାନ୍ତି । ଯାହାକୁ ନେଇ ସେମାନଙ୍କ ସଂପର୍କୀୟମାନେ ବରଗଡ଼ ଜିଲ୍ଳାପାଲଙ୍କୁ ଭେଟି ଫଶି ରହିଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଗୁହାରୀ କରିଛନ୍ତି ।
ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଅତାବିରା ବ୍ଳକର ବିଭିନ୍ନ ଗ୍ରାମରୁ ୪୭ ଜଣ ତୀର୍ଥଯାତ୍ରୀ ୨୫ ଦିନ ତଳୁ ତୀର୍ଥଯାତ୍ରାରେ ବାହାରି ଉତର ଭାରତର କାଶୀ, ବନାରସ ସମେତ ଆଖପାଖ ତୀର୍ଥସ୍ଥଳୀ ଗୁଡ଼ିକର ପରିଦର୍ଶନରେ ଯାଇଥିଲେ। ଉକ୍ତ ତୀର୍ଥଯାତ୍ରୀ ଦଳରେ ବାବାଜିମଠର ୫ ଜଣ, ମାନେଶ୍ୱରର ୨ ଜଣ, ପପଙ୍ଗାର ୭ ଜଣ, ତାଲପଦରଟିକ୍ରାର ୪ ଜଣ, ଦୁଲମପୁରର ୨ ଜଣ, ପୋଢ଼ପାଲିର ୩ ଜଣ, ଜାଙ୍ଗେଡ଼ର ୯ ଜଣ, କୁରୁମାର ୨ ଜଣ, ଟୋପର ୩ ଜଣ, ଜି ମେଧାପୁଡ଼ୁର ୨ ଜଣ, ଧାଙ୍ଗେରର ୩ ଜଣ ଥିବା ବେଳେ ଜୟପୁର ଓ ସିନ୍ଦୁରବାହାଲ ସମେତ ରାଗମପେଟାର, ରାଚନ୍ଦ୍ରପୁରମ, ୟେଡ଼ିଦି ଓ ତପେଶ୍ୱରମର ଜଣେ ଲେଖାଏଁ ତୀର୍ଥଯାତ୍ରୀ ସାମିଲ ଅଛନ୍ତି ।
ଗତ ୫ ଦିନ ତଳୁ ଫେରିବା ପାଇଁ ଟିକେଟ କରିଥିଲେ ମଧ୍ୟ କରୋନା ପ୍ରଭାବରୁ ସରକାର ଲକଡ଼ାଉନ ଘୋଷଣା କରିବା ପରେ ଟ୍ରେନ ଚଳାଚଳ ବାତିଲ ହୋଇଯିବାରୁ ସେମାନେ ଫସିଯାଇଛନ୍ତି। ବର୍ତମାନ ଉକ୍ତ ତୀର୍ଥଯାତ୍ରୀମାନେ ବାରାଣାସୀର ଚିଟାଗଙ୍ଗ ବେନିଆବାଗ ସ୍ଥିତ ଭୋଲାନାଥ ଅତିଥିଭବନ ନାମକ ଲଜରେ ରହିବାକୁ ବାଧ୍ୟ ହୋଇଛନ୍ତି। ଟଙ୍କା ପଇସା ସରିବାକୁ ବସିଥିବା ସମୟରେ ହୋଟେଲ ଆଦି ବନ୍ଦ ରହିଥିବାରୁ ସେମାନେ ସେଠି ଅକଥନୀୟ ଦୁଃଖ ଦୁର୍ଦ୍ଦଶା ପାଉଥିବାରୁ ତୁରନ୍ତ ତାଙ୍କୁ ଉଦ୍ଧାର କରାଯିବାର ବ୍ୟବସ୍ଥା କରାଯାଉ ବୋଲି ପରିବାରବର୍ଗ ଗୁହାରୀ କରିଥିବା ବେଳେ ଜିଲ୍ଲାପାଳ ଏନେଇ ବ୍ୟବସ୍ଥା କରାଯିବାକୁ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking