30.1 C
Bhubaneswar
Wednesday, April 24, 2024
Homeକରୋନାଭାରତରେ କରୋନା ମୃତକଙ୍କ ସଂଖ୍ୟା 17କୁ ବୃଦ୍ଧି

ଭାରତରେ କରୋନା ମୃତକଙ୍କ ସଂଖ୍ୟା 17କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା 17କୁ ବୃଦ୍ଧି ପାଇଛି। ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧୯ରୁ ଅଧିକ ହୋଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ବିଶ୍ବରେ ମୃତ୍ୟୁସଂଖ୍ୟା ୨୨୧୮୦ ଛୁଇଁଥିବାବେଳେ ୪,୯୨,୨୫୦ ଜଣ ଆକ୍ରାନ୍ତ ହୋଇଛନ୍ତି।
ଗୁରୁବାର ଜାମ୍ମୁ-କାଶ୍ମୀରରେ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ର ୨ଜଣ ଓ ଗୁଜରାଟରେ ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୫ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନରେ ଜଣେ ୭୩ ବର୍ଷୀୟଙ୍କର ମୃତ୍ୟୁ ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ କରୋନା ଜନିତ ମୃତ୍ୟୁ ବୋଲି ଘୋଷଣା କରିନାହାନ୍ତି। ସରକାର କହିଛନ୍ତି ଯେ ବୃଦ୍ଧ ଜଣଙ୍କ ଗୁରୁତର ଅସୁସ୍ଥ ଥିବାରୁ ତାଙ୍କୁ କରୋନା ଜନିତ ମୃତ୍ୟୁ କୁହାଯାଇପାରିବ ନାହିଁ। ଜାମ୍ମୁ-କାଶ୍ମୀରରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତବ୍ୟକ୍ତିଙ୍କ ବୟସ ୬୫। ଜାମ୍ମୁ-କାଶ୍ମୀରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗୁଜରାଟରେ ଭାବନଗର ଜିଲାରେ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ତାଙ୍କ ବୟସ ୭୦ବର୍ଷ। ଗୁଜରାଟରେ କରୋନା ମୃତ୍ୟୁସଂଖ୍ୟା ୩ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହୋଇଛି। ସେହିପରି ମହାରାଷ୍ଟ୍ରରେ ଆଉ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking