28.1 C
Bhubaneswar
Saturday, July 27, 2024
Homeଓଡିଶାଫେବୃଆରୀରେ ଓଡ଼ିଶାର ଜିଏସ୍‌ଟି ସଂଗ୍ରହରେ ୪୦% ଅଭିବୃଦ୍ଧି

ଫେବୃଆରୀରେ ଓଡ଼ିଶାର ଜିଏସ୍‌ଟି ସଂଗ୍ରହରେ ୪୦% ଅଭିବୃଦ୍ଧି

ଭୁବନେଶ୍ୱର: ଚଳିତ ଆର୍ôଥକ ବର୍ଷର ଫେବୃଆରୀ ମାସରେ ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ଫଇସଲା ବାବଦକୁ ଓଡ଼ିଶା ପାଇଥିବା ଜିଏସ୍‌ଟି ରାଜସ୍ୱରେ ୪୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଗତବର୍ଷ ଫେବୃଆରୀ ମାସର ୧୨୨୩.୨୨ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷ ଫେବୃଆରୀ ମାସରେ ଏ ବାବଦରେ ୧୭୧୨.୪୮ କୋଟି ଟଙ୍କା ସଂଗୃହିତ ହୋଇଛି । ଏଥି ମଧ୍ୟରୁ ଚଳିତ ବର୍ଷ ଫେବୃଆରୀ ମାସରେ ରାଜ୍ୟ ଜିଏସ୍‌ଟି ବାବଦକୁ ୧୨୦୫.୮୯ କୋଟି ଟଙ୍କା ସଂଗୃହିତ ହୋଇଛି ।

ସେହିପରି ଚଳିତ ଆର୍ôଥକ ବର୍ଷର ଫେବୃଆରୀ ସୁଦ୍ଧା ୧୨୭୭୯ କୋଟି ଟଙ୍କା ମୋଟ ରାଜ୍ୟ ଜିଏସ୍‌ଟି ସଂଗୃହିତ ହୋଇଥିବାବେଳେ ଗତବର୍ଷ ଏହି ସମୟ ମଧ୍ୟରେ ମୋଟ ରାଜ୍ୟ ଜିଏସ୍‌ଟି ସଂଗ୍ରହ ପରିମାଣ ଥିଲା ୧୧୩୯୧.୭୬ କୋଟି ଟଙ୍କା । ଏ କ୍ଷେତ୍ରରେ ୧୨.୧୮ ପ୍ରତିଶତ ଅଭିବୃଦ୍ଧ ଘଟିଛି । ଫେବୃଆରୀ ମାସର ସାମଗ୍ରିକ ଜିଏସ୍‌ଟି ସଂଗ୍ରହ କ୍ଷେତ୍ରରେ ମଧ୍ୟ ୧୦.୧୯ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଚଳିତ ବର୍ଷରେ ୪୫୧୯.୩୫ କୋଟି ଟଙ୍କାର ସାମଗ୍ରିକ ଜିଏସ୍‌ଟି ସଂଗୃହିତ ହୋଇଥିବାବେଳେ ଗତବର୍ଷ ଫେବୃଆରୀ ମାସରେ ଏହି ପରିମାଣ ଥିଲା ୪୧୦୧୪.୪୯ କୋଟି ଟଙ୍କା ।

ଚଳିତ ବର୍ଷ ଫେବୃଆରୀ ମାସରେ ହୋଇଥିବା ଜିଏସ୍‌ଟି ସଂଗ୍ରହ ହେଉଛି ଦ୍ୱିତୀୟ ସର୍ବାଧିକ ସର୍ବକାଳୀନ ସଂଗ୍ରହ । ପେଟ୍ରୋଲ ଓ ମଦରୁ ସଂଗ୍ରହ କରାଯାଉଥିବା ଭାଟ ରାଜସ୍ୱ କ୍ଷେତ୍ରରେ ମଧ୍ୟ ୨୬.୩୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ୨୦୨୨ ମସିହା ଫେବୃଆରୀ ମାସରେ ପେଟ୍ରୋଲ ଓ ମଦରୁ ୮୩୫.୫୨ କୋଟି ଟଙ୍କା ଭାଟ ରାଜସ୍ୱ ମିଳିଥିବାବେଳେ ଚଳିତ ବର୍ଷ ଫେବୃଆରୀ ମାସରେ ୧୦୫୫.୨୭ କୋଟି ଟଙ୍କା ମିଳିଛି । ଅଧିକରୁ ଅଧିକ ଟିକସଦାତାଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ ଜିଏସ୍‌ଟି କମିଶନରେଟ୍ ତରଫରୁ ପ୍ରୟାସ ଜାରି ରହିଛି । ଚଳିତ ଆର୍ôଥକ ବର୍ଷ ଫେବୃଆରୀ ସୁଦ୍ଧା ୪୬୦୯୦ ଜଣ ଟିକସଦାତା ଜିଏସ୍‌ଟି ପରିସରଭୁକ୍ତ ହୋଇଛନ୍ତି । ଏହି ସମୟ ମଧ୍ୟରେ ଇ-ୱେବିଲ୍ ନିର୍ଗମନ କ୍ଷେତ୍ରରେ ୨୦.୭୨ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking