39.1 C
Bhubaneswar
Wednesday, April 24, 2024
Homeତ୍ରିପୁରା ବିଧାନସଭା ନିର୍ବାଚନତ୍ରିପୁରାରେ କ୍ଷମତା ବଞ୍ଚାଇ ରଖିବାରେ ସଫଳ ହୋଇଛି ବିଜେପି

ତ୍ରିପୁରାରେ କ୍ଷମତା ବଞ୍ଚାଇ ରଖିବାରେ ସଫଳ ହୋଇଛି ବିଜେପି

ନୂଆଦିଲ୍ଲୀ : କ୍ଷମତା ବଞ୍ଚାଇ ରଖିବାରେ ସଫଳ ହୋଇଛି ବିଜେପି । ପୂର୍ବୋତ୍ତରରେ କାମ ଦେଇଛି ବିକାଶ । କାମ ଦେଲାନି କଂଗ୍ରେସ-ବାମ ମେଣ୍ଟ, କାମ ଦେଲାନି ଟିପ୍ରା ମୋଥାର ଗଣିତ । ତ୍ରିପୁରାବାସୀ ସ୍ପଷ୍ଟ ବହୁମତ ଦେଇ ବିଜେପି ହାତକୁ ଟେକି ଦେଇଛନ୍ତି ରାଜ୍ୟର ଶାସନ ଭାର । ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି ଖାତାରୁ ଯାଇଛି ୩୨ ଆସନ ଏବଂ ମେଣ୍ଟ ସହଯୋଗୀ ଆଇପିଏଫଟିକୁ ମିଳିଛି ଗୋଟିଏ ଆସନ । ସେପଟେ ପୁଣିଥରେ ଧୂଳିଚାଟିଛନ୍ତି ବାମ-କଂଗ୍ରେସ । ଏକଦା ତ୍ରିପୁରା ନିର୍ବାଚନୀ ରଣାଙ୍ଗନରେ କଟ୍ଟର ବିରୋଧୀ ଥିବା ବାମ-କଂଗ୍ରେସ ସତ୍ତା ଲୋଭର ଏକାଠି ହୋଇ ନିର୍ବାଚନ ଲଢ଼ିଥିଲେ । ହେଲେ ଏହି ମେଣ୍ଟକୁ ଭରସା କଲେନି ଜନତା ।

ବାମଦଳକୁ ୧୧ ଆସନ ମିଳିଥିବା ବେଳେ କଂଗ୍ରେସ ପାଇଛି କେବଳ ୩ ଆସନ । ସବୁଠାରୁ ବଡ଼ କଥା ତ୍ରିପୁରାର ଜନଜାତି ବର୍ଗଙ୍କ ପାଇଁ ଗ୍ରେଟର ତିପ୍ରା ଲ୍ୟାଣ୍ଡ ନାରା ଦେଇ ନିର୍ବାଚନକୁ ଓହ୍ଲାଇଥିବା ପ୍ରଦ୍ୟୁତ ବର୍ମନଙ୍କ ଟିପ୍ରା ମୋଥା ପାର୍ଟି ୧୩ଟି ଆସନରେ ସୀମିତ ରହିଛି ।ସେପଟେ ନାଗାଲାଣ୍ଡରେ ପୁଣିଥରେ ଏନଡିପିପି ମେଣ୍ଟକୁ ମିଳିଛି ସଫଳତା । ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡରେ ଏନଡିପିପି ମେଣ୍ଟ ଖାତାକୁ ଯାଇଛି ୩୭ଟି ଆସନ୍ । ମେଣ୍ଟରେ ଭାରତୀୟ ଜନତା ପାର୍ଟିକୁ ପୂର୍ବଥର ଭଳି ୧୨ ଆସନ ମିଳିଥିବା ବେଳେ ମେଣ୍ଟ ସହଯୋଗୀ ନ୍ୟାସନାଲିଷ୍ଟ ଡେମୋକ୍ରେଟିକ୍ ପ୍ରୋଗ୍ରେସିଭ୍ ପାର୍ଟି ବା ଏନଡିପିପିକୁ ମିଳିଛି ୨୫ ଆସନ । ନାଗାଲାଣ୍ଡ ୨୦୧୮ ନିର୍ବାଚନର ଫଳାଫଳକୁ ଦୋହରାଇଛି କଂଗ୍ରେସ ଅର୍ଥାତ ଏଥର ମଧ୍ୟ ଖାତା ଖୋଲିବାରେ ଅସମର୍ଥ ହୋଇଛି ଦଳ । ସେପଟେ ଏନସିପିକୁ ୭, ଏନପିପିକୁ ୫, ଜେଡିୟୁକୁ ଗୋଟିଏ ଆସନ ମିଳିଛି ।

ଏହାସହ ବିଜେପିର ଭୋଟ ପ୍ରତିଶତ ମଧ୍ୟ ବୃଦ୍ଧି ପାଇଛି । ୨୦୧୮ରେ ବିଜେପିର ଭୋଟ ପ୍ରତିଶତ ୧୫.୩ ପ୍ରତିଶତ ଥିବାବେଳେ ଏହି ନିର୍ବାଚନରେ ୧୮.୮୯ ପ୍ରତିଶତ ମତ ପାଇଛି ବିଜେପି । ଏନଡିପିପିର ଭୋଟ ପ୍ରତିଶତ ମଧ୍ୟ ୮ ପ୍ରତିଶତ ବୃଦ୍ଧି ପାଇଛି । ସବୁଠାରୁ ବଡ଼କଥା ପ୍ରଥମ ଥର ପାଇଁ ଦୁଇଟି ମହିଳା ବିଧାୟକ ପାଇଛି ନାଗାଲାଣ୍ଡ ।ଦୁଇଟି ରାଜ୍ୟର ଚିତ୍ର ସ୍ପଷ୍ଟ ଥିବା ବେଳେ ୬୦ ଆସନ ବିଶିଷ୍ଟ ମେଘାଳୟରେ କେହି ଛୁଇଁ ପାରିନାହାଁନ୍ତି ମ୍ୟାଜିକ ନମ୍ବର । ତେବେ ସରକାରରେ ବସିବା ପାଇଁ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ପାଇଁ ଆରମ୍ଭ ହୋଇଛି ଅଙ୍କକଷା । ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ୩୧ଟି ଆସନ । ହେଲେ ସର୍ବାଧିକ ୨୫ଟି ଆସନରେ ସୀମିତ ରହିଛି କର୍ଣ୍ଣଡ ସାଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି । ପୂର୍ବନିର୍ବାଚନରେ ସର୍ବାଧିକ ଆସନ ଜିତିଥିବା କଂଗ୍ରେସକୁ ଏଥର ଲାଗିଛି ବଡ଼ ଝଟକା ।

୨୦୧୮ରେ କଂଗ୍ରେସ ୨୧ଟି ଆସନ ଜିତିଥିଲା ହେଲେ ଏଥର କେବଳ ୫ଟି ଆସନ ଅକ୍ତିଆର କରିପାରିଛି ଦଳ । ସେପଟେ ଟିଏମସିର ଧୁଆଁଧାର ଏଣ୍ଟ୍ରି କଂଗ୍ରେସକୁ ଧରାସାୟୀ କରିଛି । ଟିଏମସି ପାଖକୁ ମଧ୍ୟ ୫ଟି ଆସନ ଯାଇଥିବାବେଳେ ଅନେକ ଆସନରେ କଂଗ୍ରେସର ଭୋଟ କାଟିଛି ଟିଏମସି । ସେପଟେ ବିଜେପିକୁ ୩, ୟୁଡିପିକୁ ୧୧, ଭିପିପିକୁ ୪ଟି ଲେଖାଏଁ ଆସନ ମିଳିଛି । ସବୁଠାରୁ ବଡ଼କଥା ୨୦୧୮ ନିର୍ବାଚନରେ ମଧ୍ୟ ମେଘାଳୟରେ କେହି ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲେ । ଏଥର ମଧ୍ୟ ସମାନ ଅବସ୍ଥାପୂର୍ବୋତ୍ତରରୁ କଂଗ୍ରେସର ସତ୍ତା ଆଉ ପତ୍ତା କଟୁଥିବା ବେଳେ ବିଜେପି ଗଡ଼ରେ ପରିଣତ ହେଉଛି ପୂର୍ବୋତ୍ତର । ଯେଉଁଠି ଦିନେ ବିଜେପିର ସଂଗଠନ ନଥିଲେ । ସେଠି ସରକାରରେ ରିପିଟ ହେଉଛି ଦଳ । ଆଉ ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଆଉ ସୁଶାସନର ପରିଣାମ ବୋଲି କହୁଛନ୍ତି ରାଜନୈତିକ ବିଶେଷଜ୍ଞ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking