29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଅଧା ରହିଗଲା ଇନ୍ଦୋର ବୁଲିଯିବା ସ୍ୱପ୍ନ; ଫୋନ ଫାଟି ଚାଲିଗଲା ବୃଦ୍ଧଙ୍କ ଜୀବନ

ଅଧା ରହିଗଲା ଇନ୍ଦୋର ବୁଲିଯିବା ସ୍ୱପ୍ନ; ଫୋନ ଫାଟି ଚାଲିଗଲା ବୃଦ୍ଧଙ୍କ ଜୀବନ

ନୂଆଦିଲ୍ଲୀ : ମୋବାଇଲ ସାଜିଲା ମୃତ୍ୟୁର କାରଣ । ଅଧା ରହିଗଲା ଇନ୍ଦୋର ବୁଲିଯିବା ସ୍ୱପ୍ନ । ଚାର୍ଜରେ ବସିଥିବା ସମୟରେ କଥା ହେଉଥିବା ବେଳେ ଫୋନ ଫାଟି ଚାଲିଗଲା ବୃଦ୍ଧଙ୍କ ଜୀବନ । ଉଜ୍ଜେନରୁ ୪୦ କିମି ଦୂରସ୍ଥିତ ବଡ଼ନଗରରେ ଘଟିଛି ଏପରି ଛାତିଥରା ଘଟଣା । ଡାୟବର୍ଜନ ରୋଡ ନିକଟରେ ରହୁଥିବା ଦୟାରାମ ବାରୋଡ ନାମକ ୬୮ ବର୍ଷୀୟ ବୃଦ୍ଧ ଫୋନରେ କଥା ହେଉଥିଲେ । ଏହି ସମୟରେ ଘଟିଲା ଏକ ଭୟଙ୍କର ବିସ୍ଫୋରଣ। ଯାହା ଦ୍ୱାରା ବୃଦ୍ଧଙ୍କର ମୁଣ୍ଡରୁ ଶରୀର ପର୍ଯ୍ୟନ୍ତ ଖଣ୍ଡ ଖଣ୍ଡ ହୋଇଗଲା । ବିସ୍ଫୋରଣ ଘଟିଥିବା ସ୍ଥାନରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲା । ବରଂ ସେଠାରୁ ଏକ ଓପୋ କମ୍ପାନୀର ଫୋନ ଭୟଙ୍କର ଭାବେ ଫାଟିକି ପଡିଥିବା ଦେଖିବାକୁ ମିଳିଥିଲା ।

ପୋଲିସ ସେହି ଫୋନର ଖଣ୍ଡ ବିଖଣ୍ଡିତ ଅଂଶକୁ ସଂଗ୍ରହ କରି ତାକୁ ଯାଞ୍ଚ ପାଇଁ ପଠାଇ ଦେଇଛି । ଘଟଣାସ୍ଥଳର ପାରିପାଶ୍ୱିକ ଜିନିଷକୁ ଦେଖି ଅନୁମାନ କରାଯାଉଛି କି ବୃଦ୍ଧ ଜଣକ ଚାର୍ଜରେ ବସିଥିବା ଅବସ୍ଥାରେ ଫୋନରେ ନିଜ ସାଙ୍ଗ ସହ କଥା ହେଉଥିଲେ , ଆଉ ସେହି ସମୟରେ ମୋବାଇଲ ଫାଟିବା ଦ୍ୱାରା ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଦୟାରାମ ନିଜ ସାଙ୍ଗ ଦିନେଶ ଚାୱଡାଙ୍କ ସହ ଏକ କାର୍ଯ୍ୟକ୍ରମ ପାଇଁ ଇନ୍ଦୋର ଯିବାର ଥିଲା । ଦିନେଶ ରେଲୱେ ଷ୍ଟେସନରେ ଥାଇ ଟିକେଟ କିଣିବା ପରେ ସାଙ୍ଗକୁ ଫୋନ କରିଥିଲେ , ହେଲେ ସେପଟୁ କଲ୍ ରିସିଭ୍ କରିବା ପରେ ତାଙ୍କ ନମ୍ବର ହଠାତ ବନ୍ଦ ହୋଇଯାଇଥିଲା ଓ ସେ ବାରମ୍ବାର ଫୋନ ଲଗାଇଥିଲେ ବି ବନ୍ଦ ଆସୁଥିଲା ବୋଲି ସେ କହିଥିଲେ । ପରେ ଏପରି ଘଟଣା ଘଟିିଥିବା ଜାଣି ଦୁଃଖରେ ଭାଙ୍ଗିପଡିଛନ୍ତି ସେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking