28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଭୁଶୁଡ଼ିଲା ୪ ମହଲା କୋଠା: ଉଦ୍ଧାର କରୁଛି ଅଗ୍ନିଶମ ବାହିନୀ

ଭୁଶୁଡ଼ିଲା ୪ ମହଲା କୋଠା: ଉଦ୍ଧାର କରୁଛି ଅଗ୍ନିଶମ ବାହିନୀ

ମୁମ୍ବାଇ: କୁର୍ଲା ନାସିକ ନଗରରେ ବଡ଼ ଧରଣର ଅଘଟଣ ଘଟିଛି । ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ ଅନେକ ଲୋକ କୋଠାତଳେ ଫସି ରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । କୋଠାଟିରେ ପାଖାପାଖି ପ୍ରାୟ ୩୫ ଜଣ ଲୋକ ରହିଥିଲେ । ହଠାତ୍‌ କୋଠାଟି ଭୁଶୁଡ଼ିପଡ଼ିଥିଲା ।

ଏନେଇ ଅଗ୍ନିଶମ ବାହିନୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଭୁଶୁଡ଼ିଥିବା କୋଠାତଳୁ ୮ଜଣଙ୍କୁ ସରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ବି ୨୦ରୁ ୨୫ ଜଣ କୋଠାତଳେ ଫସି ରହିଥିବା ଅନୁମାନ କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ବାସିନ୍ଦା ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking