28.1 C
Bhubaneswar
Thursday, May 2, 2024
Homeଓଡିଶାଟ୍ରାଫିକ ନିୟମ ଉଲଂଘନକାରୀଙ୍କଠାରୁ ୪ କୋଟି ୮୭ ଲକ୍ଷ ଜରିମନା ଆଦାୟ

ଟ୍ରାଫିକ ନିୟମ ଉଲଂଘନକାରୀଙ୍କଠାରୁ ୪ କୋଟି ୮୭ ଲକ୍ଷ ଜରିମନା ଆଦାୟ

କଟକ: କମିଶନରେଟ ପୁଲିସର ତ୍ରୈମାସିକ ଅପରାଧ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ ଗତ ମେ ମାସ ଠାରୁ ଜୁଲାଇ ମଧ୍ୟରେ ୨୬୦ଟି ସମ୍ପତ୍ତିଗତ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୧୧୦ଟିରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଏଡାଛଡା ୧୭୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ୧ କୋଟି ୪୨ ଲକ୍ଷ ୭୫ ହଜାର ୬୧୯ ଟଙ୍କାର ସମ୍ପତ୍ତି ଉଦ୍ଧାର କରାଯାଇଛି । ୧୭୨ଟି ଅବକାରୀ ଚଢ଼ାଉ ମାମଲାରେ ୨୦୭୪ ବୋତଲ ମଦ ଜବତ ହୋଇଛି ।

ନାରକୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରପିକ ସବ୍‌ଷ୍ଟାନ୍‌ସେସ୍ (ଏନ୍‌ଡିପିଏସ୍‌) କେସ୍ ୭ଟି ରୁଜୁ ହୋଇ ୩୭ କେଜି ୪୮୦ ଗ୍ରାମ ଗଞ୍ଜେଇ ଓ ୨୦ ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ୭ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ୨ଟି ମାମଲାରେ ୨ଟି ପିସ୍ତଲ ଓ ୪ଟି ଜୀବନ୍ତ ଗୁଳି ଜବତ ହେବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଟ୍ରାଫିକ ନିୟମ ଉଲଂଘନ ପାଇଁ ୫୬,୨୪୮ ଜଣଙ୍କ ଠାରୁ ମୋଟ ୪ କୋଟି ୮୭ ଲକ୍ଷ ୬୪ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏଥିସହ ୭୧୬ଟି ଜାମିନବିହୀନ ଗିରଫ ପରୱାନା ମାମଲାରେ ୨୫୧ ଜଣଙ୍କୁ ଧରାଯାଇଛି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୩୪ ଜଣ ପେଷାଦାର ଅପରାଧିଙ୍କୁ ୧୧୦ ଧାରାରେ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଥିବା ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking