29.1 C
Bhubaneswar
Saturday, May 4, 2024
Homeଓଡିଶାପୁରୀରୁ ଚିହ୍ନଟ ହେଲେ ୩ ଓମିକ୍ରନ, ଫେରିଲା କଣ୍ଟେନମେଣ୍ଟ ଜୋନ୍

ପୁରୀରୁ ଚିହ୍ନଟ ହେଲେ ୩ ଓମିକ୍ରନ, ଫେରିଲା କଣ୍ଟେନମେଣ୍ଟ ଜୋନ୍

ପୂରୀ : ପୁରୀ ସହରକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ । ୧୧ ନମ୍ବର ୱାର୍ଡରେ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୋଟିଏ ହୋଟେଲ ସଂଲଗ୍ନ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ସଂପୃକ୍ତ ହୋଟେଲରୁ ତିନି ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବାପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ହୋଟେଲର ଜଣେ କର୍ମଚାରୀ ଓ ଦୁଇଜଣ ପର୍ଯ୍ୟଟକ ଓମିକ୍ରନ ପଜିଟିଭଜ ଚିହ୍ନଟ ହୋଇଛନ୍ତି । ତେବେ ସମ୍ପୃକ୍ତ ଅଞ୍ଚଳକୁ ଯାତାୟାତ ଠପ୍ କରାଯାଇଛି। ଗତ ୨ ଦିନ ତଳେ ଏହି ୩ ଜଣଙ୍କ ସାମ୍ପଲ ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିବା ବେଳେ ଏହା ଉପରେ ତୀକ୍ଷଣ ନଜର ରଖିଥିଲା ପ୍ରଶାସନ । ଏବେ ସେମାନେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ସମ୍ପୃକ୍ତ ହୋଟେଲ ନିକଟସ୍ଥ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ବାହାରୁ କୌଣସି ବ୍ୟକ୍ତିବିଶେଷ ପ୍ରବେଶ କରିପାରିବେ ନାହିଁ। ଦୋକାନବଜାର ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀ, ମେଡିସିନ ପହଞ୍ଚାଇବ ପ୍ରଶାସନ । ଏହାବାଦ ହୋଟେଲର ୨ କର୍ମଚାରୀ ଓକିମ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନଙ୍କ ସାମ୍ପଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏନେଇ ପୁରୀ ଉପଜିଲ୍ଲାପାଳ କହିଛନ୍ତି, ପୁରୀକୁ ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକ ଆସୁଛନ୍ତି। ସମସ୍ତ ପର୍ଯ୍ୟଟକଙ୍କୁ ଯାଞ୍ଚ କରିବା ଅସମ୍ଭବ । ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି, ସେମାନଙ୍କ ସାମ୍ପଲ ସଂଗ୍ରହ କରାଯାଉଛି। ଏଥିସହ ବେଳାଭୂମିରେ ମାସ୍କ ପରିଧାନ କରିବା ସହ ହୋଟେଲରେ କୋଭିଡ ଗାଇଡଲାଇନ୍‌ ମାନି ରହିବାକୁ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking