🎪🛕ଆଜିର ଅନୁଚିନ୍ତା🛕🎪

🦋ଆମ ସମାଜର ସେହି ବନ୍ଧୁମାନେ ଭଲ ହୋଇଥାନ୍ତି ଯେଉଁମାନେ କି ସମସ୍ତ ପ୍ରକାର ପରିସ୍ଥିତିରେ ଆମକୁ ସାଥ୍ ଦେଇଥାନ୍ତି ଏବଂ ସେହି ବନ୍ଧୁତ୍ବରେ ମଧ୍ୟ କୌଣସି ସର୍ତ୍ତର ସ୍ଥାନ ନଥାଏ ।

🦋ପିତା ମାତାଙ୍କ ଆଖିରେ ଦୁଇଥର ଲୁହ ଆସିଥାଏ
●ଯେବେ ଝିଅ ଶାଶୁଘର ଚାଲିଯାଏ ।
●ଯେବେ ପୁଅ ମୁହଁ ମୋଡିଦିଏ ।

🦋ଆଖି ନଥିବା ଲୋକ ହୁଏତ ଅନ୍ଧ ହୋଇନପାରେ କାରଣ ଭଗବାନ ତାଙ୍କୁ ସେତିକି ଶକ୍ତି ଦେଇଛନ୍ତି ସେ ନିଜର ସାମର୍ଥ୍ୟ ବାଳରେ ସବୁକିଛି ଜାଣି ପାରିବ, ଆଉ ଯେଉଁମାନେ ଅନ୍ୟାୟ କୁ ଦେଖି ମଧ୍ୟ ସର୍ବଦା ଚୁପଚାପ ରହନ୍ତି, ଅଧର୍ମୀ ମାନଙ୍କର ପଥରୋଧ କରନ୍ତି ନାହିଁ, ଏବଂ ଭ୍ରଷ୍ଟାଚାର କୁ ସହିଯାଆନ୍ତି ସେମାନେ ହିଁ ପ୍ରକୁତରେ ଅନ୍ଧ ହୋଇଥାନ୍ତି ।

🦋ମାଆ ଭଳି ଭଲ ପାଉଥୁବା, ବୁଝି ପାରୁଥିବା ଆଉ ବୁଝାଇ ପାରୁଥିବା ସାଥିଟିଏ ମିଳିବା ବହୁତ କଷ୍ଟ । ସେଥିପାଇଁ ତ କୁହାଯାଏ ଯେ ମାଆ ଠାରୁ ବଡ ବନ୍ଧନ ଏବଂ ମାଆ ଠାରୁ ବଡ ବିକଳ୍ପ ଏ ସଂସାରେ ଆଉ କିଛି ନାହିଁ ।

କିଡନୀରୁ ପଥର ହଟାଇବାର ଏହି ୩ଟି ଘରୋଇ ଉପାୟ ହେବ ଲାଭକାରୀ, କରିବାକୁ ପଡିବନି ସର୍ଜରୀ
📍📍📍📍📍📍📍📍📍📍📍
କିଡନୀ ମାନବ ଶରୀରର ସବୁଠାରୁ ମହତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଗୋଟିଏ । କିଡନୀ ଆମ ଶରୀରରେ ଦୁଇ ପ୍ରକାରର କାମ କରେ । ପ୍ରଥମ କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରେ ଓ ଦ୍ୱିତୀୟ ପାଣି, ଅନ୍ୟ ତରଳ ପଦାର୍ଥ, ରାସାୟନିକ ଓ ଖଣିଜର ସ୍ତରକୁ ବଜାୟ ରଖେ । ସୁସ୍ଥ ଜୀବନ ପାଇଁ କିଡନୀ ଠିକରେ କାମ କରିବା ଦରକାର । ଶରୀରରେ ପାଣିର ଅଭାବ ଦ୍ୱାରା ପଥୁରୀ ହେଶଇପାରେ । ଏହି ପଥର ମଟର ଆକାରର କିମ୍ବା ବିଶାଳ ବି ହୋଇପାରେ । ଏହା ସାଧାରଣତଃ କ୍ୟାଲସିୟମ ଅକ୍ସାଲେଟରେ ତିଆରି । ଏକ କ୍ରିଷ୍ଟଲୀୟ ସଂରଚନା ହୋଇଥାଏ । କିଡନୀରେ ପଥର ହେଲେ ଓଜନ କମିବା, ଜ୍ୱର, ହେମାଟୟୁରିଆ, ପେଟରେ ଯନ୍ତ୍ରଣା, ପରିଶ୍ରାରେ ସମସ୍ୟା ସୃଷ୍ଟି କରିପାରେ ।

ବିନା ସର୍ଜରୀରେ କିଡନୀରୁ ପଥର ହଟାଇବା କିଛି ଏହି ପ୍ରକାରର :

• ଅଧିକ ପାଣି ପିଅନ୍ତୁ : ଜଳ ହିଁ ଜୀବନ । ଏହା ହାଇଡ୍ରେସନ ଲେଭେଲକୁ ବଜାୟ ରଖିବାରେ ସାହାଯ୍ୟ କରେ । ପାଣି କିଡନୀକୁ ଖଣିଜ ଓ ପୋଷକ ତତ୍ୱକୁ ଶେଷ କରିବାରେ ସାହାଯ୍ୟ କରେ । ଶରୀରରୁ ଅନାବଶ୍ୟକ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟତା କରେ । ଏମିତି ଲୋକଙ୍କୁ ସାଧାରଣତଃ ଦିନକୁ ୭ରୁ୮ ଗ୍ଲାସ ପାଣି ପିଇବାକୁ ପରାମର୍ଶ ଦିଆଯାଏ ।

• ଲେମ୍ବୁ ରସ ଓ ଅଲିଭ ଅଏଲ : ଏହି କମ୍ବିନେସନ ଆପଣଙ୍କ କିଡନୀରୁ ପଥରକୁ ବାହାର କରିବାରେ ବହୁତ ପ୍ରଭାବକାରୀ ଘରୋଇ ଉପାୟ ।

ଅଦ୍ୟ ନଭେମ୍ବର ମାସ ୨୬ ତାରିଖ ୨୦୨୧ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୩
ସମ୍ବତ -୨୦୭୮
ସାଲ-୧୪୨୯
ସମ୍ବତ୍ସର-ରାକ୍ଷସ
ମାର୍ଗଶିର- କୃଷ୍ଣପକ୍ଷ
ତିଥି- ସପ୍ତମୀ ନିଶାନ୍ତ ଘ୦୫/୪୩ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ
ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୦୯/୧୪ ପର୍ଯ୍ୟନ୍ତ ତଦନ୍ତେ ମଘା
ଚନ୍ଦ୍ର- କର୍କଟ ରାତ୍ରି ଘ୦୯/୧୪ ପର୍ଯ୍ୟନ୍ତ ତଦନ୍ତେ ସିଂହ
ଯୋଗ-ବ୍ରହ୍ମ
କରଣ – ଵିଷ୍ଟି
ସୌରମାସ- ବିଛା ୧୧ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୦୫/୫୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୦୨
*✧═════•❁❀
ଯୋଗିନୀ ବାୟବ୍ୟେ ନିଶାନ୍ତ ଘ୦୪/୩୮ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟ
ବିଛା ,ଧନୁ ଓ ମୀନ ରାଶିର ଘାତବାର
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳ ଓ ବାରବେଳ।- ଦିବା ଘ ୦୮/୪୭ ଗତେ ଘ୧୧/୩୩ ମଧ୍ୟେ
══•❁❀❁•═══
ବିଶୁଦ୍ଧ ଅମୃତ ବେଳ। – ଦିବା ଘ ୦୬/୫୪ ମଧ୍ୟେ ଓ ଘ ୦୭/୪୦ ଗତେ ଘ୦୮/୪୬ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═════✧
ଅଦ୍ୟ ତାଳ ନିଶାନ୍ତ ଘ ୦୪/୩୮ ଗତେ ନଡ଼ିଆ ଭକ୍ଷଣ ନିଷେଧ
═✧══•❁❀❁•═════

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹ମେଷ🌹👉 ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
✧═════•❁❀❁•═════✧
🌹ବୃଷ🌹👉-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।
✧═════•❁❀❁•═════✧

🌹 ମିଥୁନ🌹👉-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।
✧═════•❁❀❁•═════✧

🌹କର୍କଟ🌹👉-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।
✧═════•❁❀❁•═════✧

🌹ସିଂହ🌹👉-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।
✧═════•❁❀❁•═════✧
🌹କନ୍ୟା🌹👉-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।

✧═════•❁❀❁•═════✧
🌹ତୁଳା🌹👉-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
✧═════•❁❀❁•═════✧

🌹ବିଛା🌹👉-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।

✧═════•❁❀❁•═════✧
🌹ଧନୁ🌹👉-ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
✧═════•❁❀❁•═════✧

🌹ମକର🌹👉-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
✧═════•❁❀❁•═════✧

🌹କୁମ୍ଭ🌹👉-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।

✧═════•❁❀❁•═════✧
🌹 ମୀନ🌹👉-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।

LEAVE A REPLY

Please enter your comment!
Please enter your name here