ଓଡ଼ିଶାରେ ଆଉ ୨୯୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ କରୋନା ସଂକ୍ରମଣ ମାମଲା ୨,୪୦,୯୯୮ କୁ ବୃଦ୍ଧି

state corona update

ଭୁବନେଶ୍ୱର : ଆଜି ପୁଣି ୩୦ ଜିଲ୍ଲାରୁ ୨୯୯୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୩୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୮ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୦,୯୯୮ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୬୮ ଓ କଟକରୁ ୧୬୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ପୁରୀରୁ ୧୪୫ଟି, ଯାଜପୁରରୁ ୯୦ଟି, ଜଗତସିଂହପୁରରୁ ୬୨, କେନ୍ଦ୍ରାପଡ଼ାରୁ ୧୩୫ଟି, ବରଗଡ଼ରୁ ୯୩, ବାଲେଶ୍ୱରରୁ ୧୨୧, ଅନୁଗୁଳରୁ ୧୪୨ଟି, ମୟୁରଭଞ୍ଜରୁ ୯୨, ଝାରସୁଗୁଡ଼ାରୁ ୬୪, ନୂଆପଡ଼ାରୁ ୭୪, ସମ୍ବଲପୁରରୁ ୧୩୮, ବଲାଙ୍ଗୀରରୁ ୯୪ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୬୧ ଟି, ନବରଂଗପୁରରୁ ୬୭ଟି, କୋରାପୁଟରୁ ୪୩ଟି, ରାୟଗଡ଼ାରୁ ୧୭ଟି, ସୋନପୁରରୁ ୮୭ଟି, ଭଦ୍ରକରୁ ୨୮ଟି, ଗଂଜାମରୁ ୪୭ଟି, ଗଜପତିରୁ ୭ଟି, ନୟାଗଡ଼ରୁ ୪୪ଟି, ସୁନ୍ଦରଗଡ଼ରୁ ୧୦୧ଟି, ଢେଙ୍କାନାଳରୁ ୬୮ଟି, ମାଲକାନିଗିରିରୁ ୮୨ଟି, ଦେବଗଡ଼ରୁ ୨୦ଟି ଓ ରାଜ୍ୟପୁଲରୁ ୨୦୨ଟି ମାମଲା ଚିହ୍ନଟ ହୋଇଛି ।

୨୯୯୫ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା୨୪୦୯୯୮ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୯୭୭୦ ଥିବାବେଳେ ୨୧୦୨୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮୧୭ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here