29.1 C
Bhubaneswar
Thursday, April 25, 2024
Homeଓଡିଶାଗାତରେ ପଡି କୋମଳ ଶିଶୁର ମୃତ୍ୟୁ

ଗାତରେ ପଡି କୋମଳ ଶିଶୁର ମୃତ୍ୟୁ

କଳାହାଣ୍ଡି : ଏକ ଅଢେଇ ବର୍ଷର କୋମଳ ଶିଶୁ ଗାତରେ ପଡି ମୃତ୍ୟୁବରଣ କରିଥିବା ଭଲି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ଛଞ୍ଚାଣବାହାଲି ଗ୍ରାମରେ । ପ୍ରାପ୍ତ ସୁଚନା ଅନୁସାରେ ଗତ କାଳି ସଂନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଛଞ୍ଚାଣ ବାହାଲି ଗ୍ରାମର ଅଙ୍ଗଦ ଯୁଏଡ ଓ ତାଙ୍କ ସ୍ତ୍ରୀ ଘର କାମ କରୁଥିବା ବେଳେ ତାଙ୍କର ଅଢେଇ ବର୍ଷୀୟ ଝିଅ କ୍ଷେମାଞ୍ଜଲି ଦାଣ୍ଡ ଦୁଆରେ ଖେଲୁଥିଲା । ତେବେ ସେଠାରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଖୋଲାଯାଇଥିବା 3/4ଫୁଟର ଏକ ପାଣିଭର୍ତିଥିବା ବିମ୍ବଗାତରେ ଅଜାଣତରେ ଛୁଆଟି ପଡିଯାଇଥିଲା। ୟା ପରେ ପରିବାର ଲୋକେ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ହସପିଟାଲ ନିଆଗଲା ସେଠାରେ ଡାକ୍ତର ମୃତ ଘୋଷଣା କରିବା ସହ ପୋଲିସକୁ ଖବର ଦେଇଥିଲେ ଆଜି ସକାଳେ କୋକସରା ପୋଲିସ ଉପସ୍ଥିତ ହୋଇ ଏକ ଅପମୃତ୍ୟୁ ମାମାଲା ରୂଜୁ କରିବାସହ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ଶବ ହସ୍ତାନ୍ତର କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking