ସାରୁଅ ଜମିରେ ପଡିଲା ପ୍ରଶାସନର ନଜର

sarua field matter

ଖୋର୍ଦ୍ଧା: ଓଟିଭି ଜମି କେଲେଙ୍କାରୀ ର ଆଜି ଥିଲା ଜମି ମାପ ଚୁପ। ରାଜସ୍ୱ ବିଭାଗର ୭ ଜଣିଆ ଟିମ ଚାଷ ଜମିରେ ଚେନ ପକାଇ ମାପ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଟିମ ଙ୍କ ଉପସ୍ଥିତ ବରେ ଚାଲିଥିଲା କାର୍ଯ୍ୟ।। ଓଟିଭି ଜମି କେଲେଙ୍କାରୀ ର ଆଜି ଥିଲା ଜମି ତଦନ୍ତ। ଯେଉଁ ଚାଷ ଜମି ଚାରିପଟେ ଓଟିଭି ର ଏମ ଡି ଅଙ୍କ ବାପା ବିରାଟ ପାଚେରୀ କରିଛନ୍ତି, ସେହି ଜମି କୁ ମାପ କରିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ୪ ଜଣ ଆର ଆଇ ୩ ଜଣ ଅମିନ ମୋଟ ସାତ ଜଣ ନିୟୋଜିତ ହୋଇଥିଲେ। ଏହି ଟିମ ରେ ଆଜି ବେଗୁନିଆ ତହସିଲଦାର ଙ୍କୁ ଦେଖିବାକୁ ମିଳି ନଥିଲା। ତାର ବାଡ଼ ଘେରା ଜମି କୁ ଯିବା ପାଇଁ ଆର ଆଇ ଅମିନ ବାଡ଼ ଡେଇ ଯାଇଥିକେ। ନକ୍ସା ଦେଖି ଚେନ ପକାଇଥିଲେ। ଅଭିଯୋଗ କରିଥିବା ହାଲୁରି ପାହାଡ଼ ସିଂ, ଏବଂ ସନାତନ ପାହାଡ଼ ସିଂ ଉପସ୍ଥିତ ଥିଲେ। ଆଜି ମାପ ଚୁପ ସମୟରେ କଲେ କୌଣସି ଗଣ୍ଡଗୋଳ ଉପୁଜିବା, ସେଥିପାଇଁ  ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ। ବେଗୁନିଆ ତହସିଲଦାର କିନ୍ତୁ ଆଜି ଏଠାରେ ନଥିଲେ। ନିରପେକ୍ଷ ତଦନ୍ତ ନେଇ ତହସିଲଦାର ନ୍କ ବିରୁଦ୍ଧରେ ଅଭିଯୋଗ ଥିବାରୁ ତାଙ୍କୁ ଦେଖିବାକୁ ମିଳିନଥିଲା। ସାରୁଅ ମୌଜାର ୧୮୨୯ ନଂ ପ୍ଲାଟ ର ଚାରିପଟ ସୀମା କୁ ଅମିନ ମାପ ଚୁପ କରିଥିଲେ। ପାଚେରୀ ସାଇଟ ରେ ଚେନ କଡୀ ପକାଇ ମାପିଥିଲେ। ପ୍ରାୟ ୩ ଘଣ୍ଟା ଧରି ମା ପ ଚୁପ ପରେ ନକ୍ସା ଅନୁଯାୟୀ ଜମି ଠିକ ଅଛି ବୋଲି ଆର ଆଇ ସୂଚନା ଦେଇଥିଲେ। କିନ୍ତୁ ଚାଷ ଜମି ଚାରିପଟେ  ବିଶାଳ ପାଚେରୀ ନିର୍ମାଣ କରିବାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ବାଘମାରି ଥାନାରେ ହାଲୁରି ପାହାଡ଼ସିଂ ଦେଇଥିବା ଅଭିଯୋଗ କୁ ନେଇ ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here