27.1 C
Bhubaneswar
Thursday, April 30, 2026
Homeଓଡିଶାଆଦିବାସୀ ଗାଁରେ ୨୪ ସ୍କୁଲ ବନ୍ଦ : ପିଲାଙ୍କ ଭବିଷ୍ୟତ ଅନ୍ଧାର  

ଆଦିବାସୀ ଗାଁରେ ୨୪ ସ୍କୁଲ ବନ୍ଦ : ପିଲାଙ୍କ ଭବିଷ୍ୟତ ଅନ୍ଧାର  

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଆଦିବାସୀ ଗାଁ ଧୀରେଧୀରେ ହେଉଛି ସ୍କୁଲ୍ ଶୂନ୍ୟ। ଛାତ୍ର ଉପସ୍ଥାନ କମ୍ ଦର୍ଶାଇ ବନ୍ଦ କରାଯାଉଛି ସ୍କୁଲ୍‌। ଫଳରେ ପିଲାମାନେ ପାଠରୁ ମୁହଁମୋଡ଼ି ଚାଷ କାମ ନଚେତ ଗାଈ ଚରାଇବାକୁ ଯାଉଛନ୍ତି। ଅନେକ ପିଲା ଘର କାମରେ ବାପା ମା’ଙ୍କୁ ସାହାଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ରେ ଏହି ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ପାଖାପାଖି ୨୪୩ଜଣ ପିଲାଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। କାଲିମେଳା ବ୍ଲକ୍‌ର ବିଭିନ୍ନ ଆଦିବାସୀ ଗାଁରେ ୨୪ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯାଇଛି। ଏହିସବୁ ସ୍କୁଲରେ ନାମ ଲେଖାଇଥିବା ୨୪୩ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା ଚିନ୍ତା ନକରି ବିଦ୍ୟାଳୟ ବନ୍ଦ କରାଯାଇଛି। ଏଠାରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ବିଭିନ୍ନ ବିଦ୍ୟାଳୟରେ ଥଇଥାନ କରାଯାଇଥିବା ବେଳେ ପିଲାଙ୍କ କଥା ସରକାର ଭୁଲିଗଲେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking