30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଆଫ୍‌ଗାନସ୍ତାନ ଜେଲ୍‌ରୁ ମୁକୁଳିଲେ ୨୩୦୦ ହାର୍ଡକୋର ଆତଙ୍କବାଦୀ

ଆଫ୍‌ଗାନସ୍ତାନ ଜେଲ୍‌ରୁ ମୁକୁଳିଲେ ୨୩୦୦ ହାର୍ଡକୋର ଆତଙ୍କବାଦୀ

କାବୁଲ : ଆଫଗାନିସ୍ତାନର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ୨୩ଶହରୁ ଅଧିକ ହାର୍ଡକୋର ଆତଙ୍କବାଦୀଙ୍କୁ ତାଲିବାନ ଖଲାସ କରିଛି । କ୍ଷମତା ଦଖଲର ୨୪ ଘଣ୍ଟା ଭିତରେ ସମସ୍ତ ଆତଙ୍କବାଦୀଙ୍କୁ ଖଲାସ କରି ତାଲିବାନ ଆତଙ୍କ ସୃଷ୍ଟି କରିଛି । ଏହି ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ହଜାରରୁ ଅଧିକ ଅଲ୍‌କାଏଦା ସଦସ୍ୟ ରହିଥିବାରୁ ବିଶ୍ୱରେ ଆତଙ୍କବାଦ ପୁଣି କାୟା ବିସ୍ତାର କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବିଶ୍ୱ ସମୁଦାୟକୁ ବିଭ୍ରାନ୍ତ କରିବା ପାଇଁ ତାଲିବାନ କେତେକ ସକରାତ୍ମକ ବାର୍ତ୍ତା ଦେଉଥିଲେ ମଧ୍ୟ ଅସଲରେ ଏହାର ଉଦ୍ଦେଶ୍ୟ ଅତି ଭୟାନକ ଏବଂ ଆଫଗାନିସ୍ତାନରେ କୌଣସି ସାଧାରଣ ନାଗରିକ ଆଉ ନିରାପଦ ନୁହନ୍ତି ବୋଲି ଏହା ପ୍ରମାଣିତ କରିଛି । ଅଗଷ୍ଟ ୧୫ ତାରିଖରୁ ତାଲିବାନ କାବୁଲ ଦଖଲ ସହ ସମଗ୍ର ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇଛି ଏବଂ ନିଜର ଆଇନକୁ କଡ଼ାକଡ଼ି ଲାଗୁ କରିବାକୁ ଘୋଷଣା କରିଛି । ଏବେ ଅଫାଗାନିସ୍ତାନରୁ ଲୋକେ ପଳାୟନ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ସୋସିଆଲ ମିଡିଆରେ କିଛି ଏଭଳି ଫଟୋ ଭାଇରାଲ ହେଉଛି ଯେଉଁଥିରେ ତାଲିବାନ୍ ତାଙ୍କ ଅସଲ ରୂପକୁ ଫେରିଆସିଥିବା ଦେଖାଯାଇଛି । କାବୁଲରୁ ସାମ୍ନାକୁ ଆସିଥିବା ଫଟୋରେ ତାଲିବାନୀମାନେ ଦେଶ ଛାଡ଼ିବା ଉଦ୍ଦେଶ୍ୟରେ ବିମାନ ବନ୍ଦରକୁ ଆସିଥିବା ମହିଳା ଓ ଛୋଟ ଛୁଆଙ୍କ ଉପରକୁ ଆକ୍ରମଣ କରିଛନ୍ତି । ଏୟାରପୋର୍ଟରୁ ଭିଡ଼ କମାଇବାକୁ ତାଲିବାନୀମାନେ ଗୁଳିଚାଳନା କରିଥିଲେ । ଏହି ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି । ତାଲିବାନମାନେ ମହିଳା ଓ ଶିଶୁଙ୍କ ପ୍ରତି ନିଜ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଏଣୁ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking