34.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ସଚେତନତା ଓ ରିଲିଫ ବଣ୍ଟନର ୨୨୫ତମ ଦିବସ ପାଳନ

କରୋନା ସଚେତନତା ଓ ରିଲିଫ ବଣ୍ଟନର ୨୨୫ତମ ଦିବସ ପାଳନ

ଯାଜପୁର: ସମଗ୍ର ବିଶ୍ୱ ମହାମାରୀ କରୋନାର କରାଳ କାୟା ବିସ୍ତାର ଭିତରେ ତ୍ରାହି ତ୍ରାହି ଡାକୁଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ମାର୍ଚ୍ଚ ୨୨ତାରିଖରୁ ଅଦ୍ୟାବଧି ଲୋକମାନଙ୍କୁ ନିରବଚ୍ଛିନ୍ନଭାବେ ସଚେତନ ସହ ରିଲିଫ ବାଣ୍ଟୁଥିବା ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆଜି ୨୨୫ତମ ଦିବସ ପାଳନ ସହ ସମୀକ୍ଷା ବୈଠକ ଯାଜପୁର ଜିଲ୍ଲାର ମଙ୍ଗଳପୁର ପ୍ରାଚୀ ବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ସଭାପତିତ୍ୱକରି ଆତ୍ମନ ଓ ଆତ୍ମାନ ମାନଙ୍କୁ ସଚେତନ ମାଧ୍ୟମରେ କିଭଳି ଭାବେ ମହାମାରୀ କରୋନାରୁ ରକ୍ଷା କରିହେବ, ସେ ସମ୍ପର୍କରେ ଗଭୀର ଭାବରେ ଆଲୋକପାତ କରିଥିଲେ।ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର ଆଜକୁ ଦୀର୍ଘ ୨୨୫ତମ ଦିବସର ଅନୁଭୂତି ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ସମ୍ପର୍କରେ ସାରଗର୍ଭକ ମନ୍ତବ୍ୟ ରଖିଥିଲେ।ମୁଖ୍ୟ ଅତିଥି ଭାବେ ମଙ୍ଗଳପୁରର ଉପନିବନ୍ଧନ କାର୍ଯ୍ୟାଳୟର ଉପନିବନ୍ଧକ ଶ୍ରୀଯୁକ୍ତ ରାଜକିଶୋର ସାହୁ ,ମୁଖ୍ୟ ବକ୍ତା ଭାବେ ଶିଶୁ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହୁରିଆ,ସମ୍ମାନିତ ଅତିଥି ଭାବେ କଳାକାର ଶଶୀକାନ୍ତ ପଣ୍ଡା,ସାମ୍ବାଦିକ ଜ୍ୟୋତିଶଙ୍କର ରାୟ
ଆଦି ଯୋଗଦାନକରି ବ୍ୟକ୍ତି ସଚେତନତା, ମହାମାରୀର ବିନାଶ ଓ ସାମାଜିକ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।ଦ୍ଵିତୀୟ ପର୍ଯ୍ୟାୟରେ କେନ୍ଦୁଝର ଜିଲ୍ଲାର ଆଗିରିଆଠାରେ ସୁଶ୍ରୀ ସସ୍ମିତା ଜେନା ଓ କଳାକାର ଶ୍ରୀଯୁକ୍ତ ସ୍ୱାଧୀନ ନାୟକଙ୍କ ସଂଯୋଜନାରେ ସମାଵର୍ତନ ସଭା ଅନୁଷ୍ଠିତ ହୋଇ,ପ୍ରକୃତି ପୂଜନ ଓ ମାତୃଶକ୍ତି ଆରାଧନା ସହ କରୋନା ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମସହ ମହାମାରୀ କରୋନା ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking