ପୋଲିସ ଗାଡି ଧକ୍କା ରେ ୨ ଯୁବକ ଗୁରୁତର

ଯାଜପୁର: ଆଜି ସନ୍ଧ୍ୟା ୭ଟା ସମୟ ରେ ଦାନଗଦି ପୋଲିସ ଫାଣ୍ଡି ଗାଡି ଧକ୍କା ରେ ୨ ଜଣ ଯୁବକ ଗୁରୁତର ହୋଇ ଯାଜପୁର ରୋଡ ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଘଟଣାଟି ଯାଜପୁର ରୋଡ ସହର କଳି ମେଳଣ ପଡିଆ ନିକଟରେ ଘଟିଛି । ରାସ୍ତା କଡରେ ଏକ କମଳ ବେପାରୀ କମଳ ଓ କପଡା ବିକ୍ରି କରୁ ଥିଲା । ପୋଲିସ ଗାଡି ଟି କମଳ ଦୋକାନ ନିକଟରେ କ୍ରସ କରୁ ଥିବା ସମୟ ରେ ଏକ ବାଇକ ସହ ଧକ୍କା ହୋଇ ଥିଲା । ପୋଲିସ ଗାଡି ଧକ୍କା ରେ ବାଇକ ରେ ଥିବା 2ଜଣ ଯୁବକ ରାସ୍ତା ଚିଡ଼ିକି ପଡି ଯାଇ ଥିଲେ ଯାଜପୁର ରୋଡ ପୋଲିସ ସେମାନଂକୁ ଉଦ୍ଧାର କରି ଯାଜପୁର ରୋଡ ଡାକ୍ତର ଖାନାକୁ ନେଇଥିଲେ । ଯୁବକ ଦ୍ୱୟ ଯାଜପୁର ରୋଡ ରୁ ତାଙ୍କ ଗ୍ରାମ ଆନନ୍ଦ ପୁର ଯାଉଥିବା ସମୟ ରେ ଦୁର୍ଘଟଣା ଘଟିଥିଲା । ପୋଲିସ ଗାଡ଼ିରେ ଇନ୍ସୁରାନ୍ସ ନ ଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here