37.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଅକ୍ସିଜେନ ଯୋଗାଣ ୫ମିନିଟ୍ ବନ୍ଦ କରିଦିଆଯିବାରୁ ୨୨ରୋଗୀଙ୍କ ମୃତ୍ୟୁ !

ଅକ୍ସିଜେନ ଯୋଗାଣ ୫ମିନିଟ୍ ବନ୍ଦ କରିଦିଆଯିବାରୁ ୨୨ରୋଗୀଙ୍କ ମୃତ୍ୟୁ !

ଆଗ୍ରା : ଆଗ୍ରାର ଏକ ଘରୋଇ ହସ୍ପିଟାଲରେ ଅକ୍ସିଜେନ ଅଭାବ ଦେଖାଦେବାରୁ ଏହାର କର୍ତ୍ତୃପକ୍ଷ ୫ମିନିଟ୍ ପାଇଁ ରୋଗୀଙ୍କୁ ଅକ୍ସିଜେନ ଯୋଗାଣ ବନ୍ଦ କରିଦେଇଥିଲେ । ଫଳରେ ୨୨ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା । ଗତ ଏପ୍ରିଲ ୨୬/୨୭ତାରିଖରେ(ଯେଉଁ ସମୟରେ ଦେଶରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଥିଲା) ଏହି ଦୁଃଖଦ ଘଟଣା ଘଟିଥିଲେ ମଧ୍ୟ ଏପ୍ରିଲ ୨୮ରେ ପ୍ରସ୍ତୁତ ହୋଇଥିବା ଏହାର ଭିଡିଓ ଏବେ ଭାଇରାଲ ହୋଇଛି । ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ସରକାର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଭିଡିଓରେ ଡାକ୍ତର ଅରିଞ୍ଜୟ ଜୈନ ଏ ସମ୍ପର୍କରେ କୌଣସି ବ୍ୟକ୍ତିଙ୍କୁ କହିବା ଶୁଣାଯାଉଛି ଯେ ହସ୍ପିଟାଲରେ ୯୬ଜଣ କୋଭିଡ୍ ରୋଗୀଙ୍କର ଅକ୍ସିଜେନ ଯୋଗାଣ ଜାରି ରହିଥିଲା ।

କିନ୍ତୁ ଅକ୍ସିଜେନ କମ୍ ହୋଇଯିବାରୁ ସେମାନଙ୍କ ମଧ୍ୟରେ ସଙ୍କଟାପନ୍ନ ଥିବା ୨୨ଜଣଙ୍କୁ ଚିହ୍ନଟ କରାଯାଇ ପରୀକ୍ଷାମୂଳକ ଭାବେ ୫ମିନିଟ୍ ପାଇଁ ଅକ୍ସିଜେନ ଯୋଗାଣ ବନ୍ଦ କରିଦିଆଯାଇଥିଲା । ଫଳରେ ସେମାନଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ଜିଲ୍ଲା ପ୍ରଶାସନ ଏହି ଖବରକୁ ଅସ୍ୱୀକାର କରିଥିଲେ ମଧ୍ୟ ଏଡିଏମ୍ ଓ ମୁଖ୍ୟ ମେଡିକାଲ ଅଫିସରଙ୍କୁ ଏହି ଭିଡିଓ ସମ୍ପର୍କରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଗ୍ରା ଜିଲ୍ଲାପାଳ ପ୍ରଭୁ ନାରାୟଣ ସିଂହ ଗଣମାଧ୍ୟମକୁ କହିଛନ୍ତି, ଭିଡିଓରେ ଯାହାଙ୍କ କଥା ଶୁଣାଯାଉଛି ସେ ପାରସ ହସ୍ପିଟାଲର ମାଲିକ ଅରିଞ୍ଜୟ ଜୈନ ।

ଉତ୍ତରପ୍ରଦେଶ ସରକାର ହସ୍ପିଟାଲକୁ ସିଲ୍ କରିଥିଲାବେଳେ ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ କହିଛନ୍ତି, ଉକ୍ତ ଘରୋଇ ହସ୍ପିଟାଲରେ ଅକ୍ସିଜେନ ଯୋଗାଣରେ ସମସ୍ୟା ଥିଲା । ଏବେ ଏହି ଘଟଣାର ତଦନ୍ତ ଚାଲିଛି । ତଦନ୍ତ ଶେଷ ହେଲେ ସମସ୍ତଙ୍କୁ ସୂଚନା ଦିଆଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking