37.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗ୨୦୨୧ରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ

୨୦୨୧ରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଦ୍ୱାରା ସାରା ବିଶ୍ୱ ପ୍ରଭାବିତ ହେବା ପରେ ବିହାର ନିର୍ବାଚନ ଭାରତର ପ୍ରଥମ ବଡ ନିର୍ବାଚନ ଥିଲା । ପରେ ନୀତିଶ କୁମାର କ୍ରମାଗତ ୪ର୍ଥ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଫେରିଛନ୍ତି । ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱାଧିନ ନ୍ୟାସନାଲ ଡେମୋକ୍ରାଟିକ ଆଲିଆନ୍ସ୨୪୩ ସିଟ୍ ବିଶିଷ୍ଟ ବିଧାନସଭାରେ ୧୨୫ଟି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ୭୪ଟି ଆସନରେ ବିଜୟ ହାସଲ କରିବାରେ ସଫଳ ହୋଇଥିବା ବିଜେପି ତୁଳନାରେ ନୀତିଶ କୁମାରଙ୍କ ଜେଡିୟୁ କେବଳ ୪୩ଟି ଆସନ ଏବଂ ବିକାଶଶୀଳ ଇନସାନ ପାର୍ଟି(ଭିଆଇପି) ଏବଂ ହିନ୍ଦୁସ୍ତାନୀ ଆଓାମ ମୋର୍ଚ୍ଚା (ଏଚଏଏମ) ୪ଟି ଲେଖାଏଁ ଜିତିବାରେ ସଫଳ ହୋଇଥିଲେ । ଅନ୍ୟପଟେ ୭୫ଟି ସିଟ ବିଶିଷ୍ଟ ଏକକ ବୃହତ ଦଳ ଭାବରେ ଆରଜେଡି ବାହାରିଛି ।
ସେହିଭଳି ୨୦୨୧ ମସିହାରେ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।
ଆସାମ:ଆସନ୍ତା ବର୍ଷ ଏପ୍ରିଲ ମାସରେ ଆସାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ସମ୍ଭାବନା ରହିଛି । ତେବେ ୨୦୧୬ରେ ହୋଇଥିବା ପୂର୍ବ ନିର୍ବାଚନରେ ୨୦୦୧ ମସିହାରୁ ତରୁଣ ଗୋଗଇଙ୍କ ଅଧୀନରେ ସରକାର ଗଠନ କରିଥିବା ଭାରତୀୟ ଜାତୀୟ କଂଗ୍ରେସ ଭାବରେ ନିର୍ବାଚନରେ ଶକ୍ତି ପରିବର୍ତ୍ତନ ଆଣିଥିଲା । ସରବାନନ୍ଦ ସୋନେଓାଲଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିରେ ବହୁମତ ହରାଇଥିଲେ ।
କେରଳ:୨୦୨୧ରେ କେରଳରେ କେରଳ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଯାହା ୧୫ ତମ କେରଳ ବିଧାନସଭାରେ ୧୪୦ ଜଣ ବିଧାୟକଙ୍କୁ ନିର୍ବାଚିତ କରିବ । ୨୦୧୬ ମସିହାରେ ହୋଇଥିବା ପୂର୍ବ ନିର୍ବାଚନରେ ବାମପନ୍ଥୀ ଡେମୋକ୍ରାଟିକ ଫ୍ରଣ୍ଟ ବିଧାନସଭାରେ ସମୁଦାୟ ଆସନର ପ୍ରାୟ ଦୁଇ ତୃତୀୟାଂଶ ସୁରକ୍ଷିତ କରି ନିର୍ବାଚନରେ ବିଜୟୀ ହୋଇ ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ପରିଚାଳିତ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟକୁ ପରାସ୍ତ କରିଥିଲା ।
ତାମିଲନାଡୁ: ସେହିଭଳି ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୧ ମସିହା ମେ ମାସରେ ରାଜ୍ୟରେ ୨୩୪ଟି ଆସନ ପାଇଁ ଅନୁଷ୍ଠିତ ହେବାର ସମ୍ବାବନା ରହିଛି । ଏହି ନିର୍ଦ୍ଦିଷ୍ଟ ନିର୍ବାଚନ ଲୋକପ୍ରିୟ ଜେ.ଜୟଲଳିତା ଏବଂ ଏମ.କରୁଣାନିଧିଙ୍କ ବିନା ପ୍ରଥମ ପୂର୍ଣ୍ଣ ରାଜ୍ୟ ବିଧାନସଭା ନିର୍ବାଚନ ହେବ ।
ପଶ୍ଚିମବଙ୍ଗ:ପଶ୍ଚିମବଙ୍ଗ ବିଧାନସଭାର ୨୯୪ଟି ଆସନ ପାଇଁ ବିଧାନସଭା ନିର୍ବାଚନ ୨୦୨୧ରେ ଅନୁଷ୍ଠିତ ହେବ । ୨୦୧୬ ମସିହାରେ ହୋଇଥିବା ପୂର୍ବ ନିର୍ବାଚନରେ ଅଲଇଣ୍ଡିଆ ତୃଣମୂଳ କଂଗ୍ରେସ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତା ବଜାୟ ରଖିଥିଲା । ଭାରତୀୟ ଜନତା ପାର୍ଟି ୨୯୪ଟି ନିର୍ବାଚିତ ଆସନ ମଧ୍ୟରୁ ୩ଟି ଜିତିଥିଲା ।
ଜମ୍ମୁ-କଶ୍ମୀର: ଜାମ୍ମୁ କାଶ୍ମୀରର ୟୁନିଅନ ଟେରିଟୋରୀରେ ବିଧାନସଭା ନିର୍ବାଚନ ୨୦୨୧ରେ ହେବାର ସମ୍ଭାବନା ରହିଛି । ଲଦାଖ ଡିଭିଜନ ଜମ୍ମୁ କଶ୍ମୀରରୁ ଅଲଗା ହେବା ପରେ ବିଧାନସଭା ଆସନ ସଂଖ୍ୟା ୮୭ରୁ ୮୩କୁ ହ୍ରାସ ପାଇଛି । କାରଣ ଏବେ ଲେହ, କାର୍ଗିଲ, ଜାନସ୍କର ଏବଂ ନୁର୍ବା ଜାମ୍ମୁ ଓ କଶ୍ମୀର ବିଧାନସଭାର ଅଂଶ ହୋଇ ରହିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking