‘ଟର୍ବାଜ’ ଟ୍ରେଲର ରିଲିଜ

ମୁମ୍ବାଇ: ଆଜି ନେଟଫ୍ଲିକ୍ସ ସଂଜୟ ଦତ୍ତ ଅଭିନୀତ ‘ଟର୍ବାଜ’ ଫିଲ୍ମର ଟ୍ରେଲର ସେୟାର କରିଛନ୍ତି । ଏହି ଫିଲ୍ମରେ ସଂଜୟ ଆଫଗାନୀସ୍ତାନରେ ଥିବା ଶରଣାର୍ଥୀ କ୍ୟାମ୍ପରେ ଥିବା ଛୋଟ ଶିଶୁଙ୍କ ଜୀବନ କେମିତି ପରିବର୍ତ୍ତନ କରିଛନ୍ତି ତାହା ଚିତ୍ରିତ କରାଯାଇଛି । ଟ୍ରେଲରଟି ଆରମ୍ଭ ହୁଏ ରାହୁଲ ଦେବଙ୍କ ସହ ଯିଏ ଟେରୋରିଷ୍ଟ ଗ୍ରୁପର ମୁଖ୍ୟ । ଶରଣାର୍ଥୀ ଶିବିରର ପିଲାମାନଙ୍କୁ ଆତ୍ମଘାତୀ ବିସ୍ଫୋରଣ କରି ସେମାନଙ୍କ ଅଂଚଳ ଉପରେ ଆକ୍ରମଣ କରିଥିବାରୁ ସେ ଆମେରିକା ସେନାଠାରୁ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଛନ୍ତି । ଏଥିରେ ସଂଜୟ ଛୋଟ ପିଲାମାନଙ୍କର ଏକ ଛୋଟ ଦଳ ଗଠନ କରନ୍ତି । ସେମାନଙ୍କୁ କ୍ରିକେଟ ଶିଖାନ୍ତି । ମ୍ୟାଚରେ ଅନ୍ୟ କ୍ରିକେଟ କୋଚଙ୍କୁ ଚ୍ୟାଲେଂଜ କରନ୍ତି । ଶେଷରେ ଭିଲେନ ସହ ବି ତାଙ୍କର ସାମ୍ନା ହୁଏ । ୟ୍ୟୁଟୁବରେ ଏହାର ଟ୍ରେଲରକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି ।

LEAVE A REPLY

Please enter your comment!
Please enter your name here