38.1 C
Bhubaneswar
Friday, April 26, 2024
Homeଓଡିଶାଆଜିଠୁ ଗଡ଼ିଲା ୨୦୦ ଟ୍ରେନ୍‌

ଆଜିଠୁ ଗଡ଼ିଲା ୨୦୦ ଟ୍ରେନ୍‌

ଭୁବନେଶ୍ବର : ଆଜିଠୁ ଦେଶରେ ମୋଟ ୨୦୦ ସ୍ବତନ୍ତ୍ର ପାସେଞ୍ଜର ଟ୍ରେନ୍ ଚଳାଚଳ କରିବ । ପ୍ରଥମ ଦିନରେ ୧ ଲକ୍ଷ ୪୫ ହଜାର ଯାତ୍ରୀ ଏଥିରେ ଯାତ୍ରା କରିବେ। ଜୁନ୍ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍‌ରେ ମୋଟ ୨୬ ଲକ୍ଷ ଯାତ୍ରୀ ଆଗୁଆ ସଂରକ୍ଷଣ ଟିକଟ କରିଥିବା ଜଣାପଡିଛି। ଏହି ପାସେଞ୍ଜର ଟ୍ରେନ୍ ବ୍ୟତୀତ ମେ ୧୨ରୁ ଚାଲୁଥିବା ଶ୍ରମିକ ସ୍ପେଶାଲ ଓ ୩୦ଟି ସ୍ବତନ୍ତ୍ର ଏସି ଟ୍ରେନ୍ ମଧ୍ୟ ତା’ର ଯାତ୍ରୀ ପରିବହନ ଅବ୍ୟାହତ ରଖିବ। ଯେଉଁ ଯାତ୍ରୀମାନଙ୍କର କନ୍‌ଫର୍ମ ଓ ଆରଏସି ଟିକଟ ରହିଛି କେବଳ ସେହିମାନେ ହଁ ଟ୍ରେନ୍ ପହଞ୍ଚିବାର ନିର୍ଦ୍ଧାରିତ ସମୟର ୯୦ ମିନିଟ୍ ପୂର୍ବରୁ ଷ୍ଟେସନ୍‌ରେ ପହଞ୍ଚିବେ। ସେଇ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ପରେ ଷ୍ଟେସନ ଭିତରକୁ ପ୍ରବେଶ ଅନୁମତି ମିଳିବ। ଅସୁସ୍ଥ ଲୋକଙ୍କୁ ଯାତ୍ରା ଅନୁମତି ଦିଆଯିବନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଆଜିଠୁ ଚାଲିବାକୁ ଥିବା ଏହି ୨୦୦ଟି ଟ୍ରେନ୍ ମଧ୍ୟରୁ ଓଡ଼ିଶା ଦେଇ ୯ ଯୋଡ଼ା ଟ୍ରେନ ଚଳାଚଳ କରିବ । ତ‌େ‌ବ ପ୍ରଥମ ଦିନ ମୋଟ ୩ଟି ଟ୍ରେନ ଭୁବନେଶ୍ବର ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ। ସୋମବାର ସକାଳ ୬ଟାରେ ଜନଶତାବ୍ଦୀ ଏକ୍ସପ୍ରେସ, ଦିନ ୨.୫୦ ରେ ଫଲକ୍‌ନୁମା ଏବଂ ସନ୍ଧ୍ୟାରେ ପୁରୁ‌େଷାତ୍ତମ ଏକ୍ସପ୍ରେସ ଚଳାଚଳ କରିବ। ତେବେ ଉକ୍ତ ଟ୍ରେନ ଗୁଡିକ ପୂର୍ବ ନିର୍ଦ୍ଧାରିତ ଷ୍ଟେସନରେ ରହିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking