27.1 C
Bhubaneswar
Tuesday, July 22, 2025
Homeଦେଶ ବିଦେଶମେକ୍ସିକୋରେ ଗୁଳିକାଣ୍ଡ : ୨୦ ମୃତ

ମେକ୍ସିକୋରେ ଗୁଳିକାଣ୍ଡ : ୨୦ ମୃତ

ମେକ୍ସିକୋ: ଆମେରିକାର ଟେକ୍ସାସ ସୀମାନ୍ତରେ ଥିବା ଉତ୍ତର ମେକ୍ସିକୋରେ ଗୁଳିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ଏବଂ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ରବିବାର ସନ୍ଧ୍ୟାରେ ଏହି ଗୁଳିକାଣ୍ଡ ଘଟିଛି। ଏଥିରେ ୧୪ ଜଣ ସନ୍ଦିଗ୍ଧ ଡ୍ରଗ୍ସ ମାଫିଆ ପ୍ରାଣ ହରାଇଛନ୍ତି। ଅନ୍ୟ ମୃତକଙ୍କ ମଧ୍ୟରେ ୨ ଜଣ ସାଧାରଣ ନାଗରିକ ଏବଂ ୪ ଜଣ ପୁଲିସ ଅଫିସର ରହିଛନ୍ତି ବୋଲି ସ୍ଥାନୀୟ ଗଭର୍ନର ମିଗୁଏଲ ଆଞ୍ଜେଲ ରିକ୍ୟୁଲମ୍ ସଲିସ ସୂଚନା ଦେଇଛନ୍ତି। ଏହା ସହିତ ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଡ୍ରଗ୍ସ ମାଫିଆମାନେ ବାହାର ଅଞ୍ଚଳରୁ ସୀମାନ୍ତ ଦେଇ ସହର ଭିତରେ ପ୍ରବେଶ କରୁଥିଲେ। ଖବର ପାଇ ଡ୍ରଗ୍ସ ଚାଲାଣକୁ ଅଟକାଇବା ଲାଗି ପୁଲିସ ଚଢ଼ାଉ କରିବା ବେଳେ ମାଫିଆଙ୍କ ସହିତ ଗୁଳିବିନିମୟ ଘଟିଥିଲା। ଅନେକ ସମୟ ଧରି ଏହି ଗୁଳିକାଣ୍ଡ ଘଟିଥିଲା। ଘଟଣା ପରେ ସୀମାନ୍ତ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking