ପାଚେରୀ ଭୁଷୁଡ଼ି ୧୫ ମୃତ୍ୟୁ

ମେଟ୍ଟୁପାଲୟମ : ପାଚେରୀ ଭୁଷୁଡ଼ି ୧୫ ମୃତ୍ୟୁ । ଏପରି ଦୁଃଖଦ ଘଟଣାଘଟିଛି, ତାମିଲନାଡୁରେ । ମୂଶଳ ଧାରାରେ ବର୍ଷା ହେବା କାରଣରୁ ଏକ କାନ୍ଥ ଭୁଷୁଡି ତିନୋଟି ଘର ଭାଙ୍ଗି ଯାଇଛି। ଏଥିରେ ୧୫ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ଆହତଙ୍କ ସଂଖ୍ୟା ଆକଳନ କରାଯାଇ ନାହିଁ। ସୋମବାର ସକାଳେ ମେଟ୍ଟୁପାଲୟମର ନାଦୂର କନ୍ନପନ ଲେଆଉଟରେ ଏଭଳି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିଶ ଓ ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କରୁଛି।
ସୂଚନା ଅନୁଯାୟୀ, ମେଟ୍ଟୁପାଲୟମର ନାଦୂର କନ୍ନପନ ଲେଆଉଟରେ ଆଜି ସକାଳେ ଘର କାନ୍ଥ ଭୁଷୁଡି ୧୫ ଜଣ ମୃତ୍ୟୁବରଣ କରିଛନ୍ତି। ଏନେଇ ପୋଲିସର କହିବା ଅନୁଯାୟୀ, ପ୍ରବଳ ବର୍ଷା କାରଣରୁ ଘରର କାନ୍ଥ ନଷ୍ଟ ହୋଇଯାଇଥିଲା। ଯାହା ଫଳରେ କାନ୍ଥ ଭୁଷୁଡି ଯାଇଛି। ଉଦ୍ଧାରକାରୀ ଟିମ୍ ୯ଟି ଶବ ଉଦ୍ଧାର କରିଛନ୍ତି।