33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗ୨ ଏସଓଜି ଜବାନ ସହିଦ

୨ ଏସଓଜି ଜବାନ ସହିଦ

ଭବନୀପାଟଣା : କଳାହାଣ୍ଡି – କନ୍ଧମାଳ ସୀମାରେ ଗତକାଲି ହୋଇଥିବା ଗୁଳିବିନିମୟରେ ୨ଜଣ ଏସଓଜି ଜବାନ ସହିଦ ହୋଇଛନ୍ତି । ଏନେଇ ଆଜି କଳାହାଣ୍ଡି ଜିଲ୍ଲା ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି । ସହିଦ ହୋଇଥିବା ୨ ଜବାନ ହେଉଛନ୍ତି ସୁଧୀର କୁମାର ଟୁଡୁ ( ୨୮ ) ଓ ଦେବାଶିଷ ସେଠୀ ( ୨୭ ) । ସହିଦ ସୁଧୀରଙ୍କ ଘର ମୟୁରଭଞ୍ଜ ଜିଲ୍ଲା ସନଭାଡୁଆ ଗାଁରେ । ସେହିଭଳି ସହିଦ ଦେବାଶିଷଙ୍କ ଘର ଅନୁଗୋଳ ଜିଲ୍ଲା ରାଜକିଶୋର ନଗର ଥାନା ଅଞ୍ଚଳର ଅଙ୍ଗପଡ଼ା ଗାଁରେ ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଡୁଦୁକା ରଂଜା ଓ କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲ ରେ ମାଓ ଅପରେସନ ବିଷୟରେ ବିଶେଷ ସୁତ୍ରରୁୁ ଖବର ପାଇ ଏସଓଜି ଓ ଡିଭିଏଫ ଜବାନ ମିଳିତ ସର୍ଚ୍ଚ ଅପରେସନ କରିଥିଲେ । ଜବାନଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଥିଲେ । ଏହାର ଜବାବ ଦେଇ ଜବାନ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ଏହି ଗୁଳି ବିନିମୟରେ ୫ ଜଣ ନକ୍ସଲ ନିହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking