28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗସାର୍ବଭୌମତ୍ୱରେ ସାଲିସ ନାହିଁ : ରାଜନାଥ ସିଂହ

ସାର୍ବଭୌମତ୍ୱରେ ସାଲିସ ନାହିଁ : ରାଜନାଥ ସିଂହ

ନୂଆଦିଲ୍ଲୀ :ରାଫେଲ ସାମିଲ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବକ୍ତବ୍ୟ ପ୍ରଦାନ କରିଛନ୍ତି । ବିଶ୍ୱଶାନ୍ତି ପାଇଁ ଭାରତ ସର୍ବଦା ପ୍ରଚେଷ୍ଟା ଜାରି ରଖି ଆସିଛି ।ସାର୍ବଭୌମତ୍ୱ ରକ୍ଷା ନେଇ ଭାରତ କେବେ କୌଣସି ସାଲିସ କରିବନି ।ଭାରତୀୟ ସୈନିକଙ୍କ ମନୋବଳ ଲୁହା ପରି ସୁଦୃଢ ରହିଛି ।ସବୁ ପ୍ରକାର ଚ୍ୟାଲେଞ୍ଜକୁ ମୁକାବିଲା ପାଇଁ ବାୟୁସେନା ସମର୍ଥ ଅଟେ ।ସୀମାପାର ପ୍ରାୟୋଜିତ ଆତଙ୍କବାଦକୁ ପ୍ରତିହତ ପାଇଁ ଆମେ ଜାଗ୍ରତ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ବାୟୁସେନାରେ ଆଜି ସାମିଲ ହୋଇଛି ୫ଟି ଶକ୍ତିଶାଳୀ ରାଫେଲ ଯୁଦ୍ଧ ବିମାନ । ସେଭେଣ୍ଟିନ ସ୍କ୍ୱାଡ୍ରନ୍ ଗୋଲଡେନ ଆରୋଜ୍‌ରେ ବିଧିବଧଭାବେ ସାମିଲ ହୋଇଛନ୍ତି । ହରିଆଣାର ଆମ୍ବାଲା ଏୟାରବେସ୍ ରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି, ଯେଉଁଥିରେ ଯୋଗ ଦେଇଛନ୍ତି ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି।
ବାୟୁସେନାକୁ ରାଫେଲ ହସ୍ତାନ୍ତର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ହସ୍ତାନ୍ତର ପୂର୍ବରୁ ସବୁ ଧର୍ମର ବିଧିବିଧାନ ଅନୁସାରେ ରାଫେଲର ପୂଜାଚ୍ଚର୍ନା ହୋଇଛି । ଆନୁଷ୍ଠାନିକ ଭାବେ ବାୟୁସେନାରେ ରାଫେଲ ସାମିଲ ହୋଇଛି । ରାଜନାଥ ସିଂହ ଓ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ ହୋଇଛି ।
ଏହି ସ୍ୱତନ୍ତ୍ର ଉତ୍ସବରେ ସିଡିଏସ ଜେନେରାଲ ବିପିନ ରାୱତ, ବାୟୁ ସେନାମୁଖ୍ୟ ଉପସ୍ଥିତ ରହିଛନ୍ତି । ଅମ୍ବାଲା ଏୟାର ଫୋର୍ସ ଷ୍ଟେସନର ସେଭେଟିନ ସ୍କ୍ୱାଡ୍ରନରେ ମୁତୟନ କରାଯାଇଛି । ପ୍ରଥମ ପର‌୍ୟ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ଆଣିଛି ଭାରତ । ଅକ୍ଟୋବରରେ ଆଉ ୩/୪ଟି ଆସିବ। ୨୦୨୧ ସୁଦ୍ଧା ଭାରତକୁ ଫ୍ରାନ୍ସ ମୋଟ ୩୬ଟି ଫାଇଟର ଜେଟ୍ ଦେବ । ୩୬ଟି ଫାଇଟର ଜେଟ୍ ଆଣିବାକୁ ୫୯ ହଜାର କୋଟିର ଚୁକ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking