34.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗନବୀନଙ୍କ ସମର୍ଥନ ଲୋଡ଼ିଲେ ନୀତିଶ

ନବୀନଙ୍କ ସମର୍ଥନ ଲୋଡ଼ିଲେ ନୀତିଶ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କଥା ହୋଇଛନ୍ତି । ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପାଇଁ ସମର୍ଥନ ମାଗିଲେ ବିହାର ମୁଖ୍ୟମନ୍ତ୍ରୀ ।ଗତ ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶଙ୍କୁ ସମର୍ଥନ କରିଥିଲା ବିଜେଡ଼ି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମତାମତ ଜଣାପଡ଼ିନି ।
ବୁଧବାର ଏନଡିଏ ପ୍ରାର୍ଥୀ ତଥା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା କାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ନାମାଙ୍କନ ଗ୍ରହଣ କରାଯିବ । ୧୪ ତାରିଖ ଦିନ ଅପରାହ୍ନ ୩ଟାରେ ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ୧୪ ତାରିଖରୁ ସଂସଦର ମୋøସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସଂସଦ ଆରମ୍ଭ ହେବା ମାତ୍ରେ ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ ପଦବୀ ପାଇଁ ନିର୍ବାଚନ ହେବ । ଅଧିବେଶନର ପ୍ରଥମ ଦିନରେ ନିର୍ବାଚନ କରାଯିବ । ଏହି ପଦବୀ ପାଇଁ ରାଜନୈତିକ ଦଳ ଭିତରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking