29.3 C
Bhubaneswar
Saturday, June 20, 2026
Homeଓଡିଶାପୋଖରୀରେ ବୁଡି 2 ନାବାଳକ ମୃତ

ପୋଖରୀରେ ବୁଡି 2 ନାବାଳକ ମୃତ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ରାଧାବଲ୍ଲଭପୁର ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର କାହ୍ନୁ ବେହେରାଙ୍କ ପୁଅ ରାଜେନ୍ଦ୍ର(୧୭) ଓ ସତ୍ୟବାନ ବେହେରାଙ୍କ ପୁଅ ଜ୍ୟୋତିର୍ମୟ(୧୪)। ସୂଚନା ଅନୁଯାୟୀ, ରାଜେନ୍ଦ୍ର ଓ ଜ୍ୟୋତିର୍ମୟ ସାଙ୍ଗ ହୋଇ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଭାରସାମ୍ୟ ହରାଇ ଦୁହେଁ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ହେଲେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking