28.1 C
Bhubaneswar
Friday, April 26, 2024
Homeଓଡିଶା+୨ ପରୀକ୍ଷା ନିୟମ ହେବ କଡ଼ାକଡ଼ି : ପ୍ରଶ୍ନପତ୍ରରେ ‘ଚିହ୍ନ’ ରହିଲେ ଏମ୍‌ପି

+୨ ପରୀକ୍ଷା ନିୟମ ହେବ କଡ଼ାକଡ଼ି : ପ୍ରଶ୍ନପତ୍ରରେ ‘ଚିହ୍ନ’ ରହିଲେ ଏମ୍‌ପି

ଭୁବନେଶ୍ୱର :  ୨୯ରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା । ପରୀକ୍ଷା କିଭଳି ଶାନ୍ତିଶୃଙ୍ଖଳାରେ ହେବ ସେ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ତେବେ ଚଳିତବର୍ଷ ପରୀକ୍ଷା କେନ୍ଦ୍ର ଗୁଡିକରେ ନିୟମ କଡାକଡ଼ି କରାଯିବ । ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନିୟମାବଳୀ । ଚଳିତବର୍ଷ ପରୀକ୍ଷାକେନ୍ଦ୍ର ଭିତରକୁ ମୋବାଇଲ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସେହିପରି ପରୀକ୍ଷାର୍ଥୀମାନେ ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷାକେନ୍ଦ୍ର ମଧ୍ୟରେ ପ୍ରଶ୍ନପତ୍ରରେ କୌଣସି ଚିହ୍ନ ନଦେବାକୁ ପରାମର୍ଶ ଦିଆଯାଇଛି । ଯଦି ପରୀକ୍ଷା ସମୟରେ କୌଣସି ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ଚିହ୍ନ ଦେଇଥିବା ଜଣାପଡ଼େ ତେବେ ସେ କପି କରୁଥିବା ଧରାଯାଇ ତାକୁ ଏମ୍‌ପିରେ ବୁକ୍ କରାଯିବ ।

ପରୀକ୍ଷାକେନ୍ଦ୍ରକୁ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ, ଅବଜର୍ଭର, ସ୍କ୍ୱାଡ ମେମ୍ବର, ଜିଲ୍ଲା ପ୍ରଶସନିକ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ ଫୋନ ଦାଖଲ କରିବାକୁ କଡ଼ା ନିୟମ କରାଯାଇଛି । ଏହା ସହିତ ପରୀକ୍ଷା ଶେଷ ପୂର୍ବରୁ ପରୀକ୍ଷାକେନ୍ଦ୍ର ଛାଡ଼ିଲେ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ସାଙ୍ଗରେ ନେଇପାରିବେ ନାହିଁ ବୋଲି ନିୟମ କରାଯାଇଛି ।
ଚଳିତବର୍ଷ ପ୍ରାୟ ୩ଲକ୍ଷ ୫୦ହଜାର ୮୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରଶ୍ନପତ୍ର ଲାଗି ୨୦୨ଟି ହବ୍ ହୋଇଥିବା ବେଳେ ୧୧୪୩ଟି ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା କରାଯିବ । କରୋନା ପାଇଁ ସମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ଅଧିକ କେନ୍ଦ୍ର କରିବାକୁ ଯୋଜନା ରହିଛି ।  ସବୁ କେନ୍ଦ୍ରରେ ସିସି କ୍ୟାମେରା ବ୍ୟବସ୍ଥା ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବାର ସପ୍ତାହ ମଧ୍ୟରେ ୨ୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ । ସୁରକ୍ଷା ଲାଗି ପୁଲିସ ବନ୍ଦୋବସ୍ତ କରିବାକୁ ଏବଂ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବା ସମୟରେ ଏବଂ ଉତ୍ତରଖାତା ଆସିବା ସମୟରେ ପୁଲିସ ସୁରକ୍ଷା ଯୋଗାଇବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଚଳିତବର୍ଷ ୩ପ୍ରକାର ସ୍କ୍ୱାଡ୍ ବନ୍ଦୋବସ୍ତ କରାଯାଇଛି । +୨ ପକ୍ଷରୁ , ଜୋନାଲ କାଉନସିଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କ୍ୱାଡ ପଠାଯିବ । ଏହାବ୍ୟତୀତ ପ୍ରଶ୍ନପତ୍ର ଯିବା ସମୟରେ ଜଣେ ଅବଜରଭର ଯିବେ । ସେ ଦିନ ତମାମ ପରୀକ୍ଷାକେନ୍ଦ୍ରରେ ରହିବେ । କାଉନ୍‌ସିଲ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଅବଜରଭର ଯିବେ । ପରୀକ୍ଷାର୍ଥୀମାନେ କଳା ବଲ୍ ପେନ୍ ବ୍ୟବହାର କରିବେ । ନିର୍ଦ୍ଦିଷ୍ଟ ସ୍ଥାନରେ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ଲେଖିବେ । ପ୍ରଶ୍ନପତ୍ରରେ କିଛି ଲେଖିବେ ନାହିଁ । ଉତ୍ତରଖାତାର ବଳକା ଫର୍ଦ୍ଦରେ କ୍ରସ ମାର୍କ କରିବାକୁ ନିର୍ଦ୍ଦେଶ ରହିଛି । ସେହିପରି ଚଳିତବର୍ଷ ସବୁ ପରୀକ୍ଷାକେନ୍ଦ୍ରରେ ସିସି କ୍ୟାମେରା ବ୍ୟବସ୍ଥା ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking