33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆଜି ଆଉ ୧୬ ଜୀବନ ନେଲା ମହାମାରୀ କରୋନା

ଆଜି ଆଉ ୧୬ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର :ରାଜ୍ୟରେ ଗୋଟିଏ ପଟେ ସଂକ୍ରମିତଙ୍କର ସଂଖ୍ୟା ବଢିଚାଲିଛି ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ରାଜ୍ୟରେ ଆଜି ୪୩୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪, ପୁରୀରୁ ୩, କୋରାପୁଟରୁ ୩, ବାଲେଶ୍ୱର, ବଲାଙ୍ଗୀର, କଟକ, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ୱରର ୩ ପୁରୁଷ ମୃତକଙ୍କ ବୟସ ୫୧,୩୭ ଓ ୫୦ ଅଟେ । ଭୁବନେଶ୍ୱରର ମହିଳା ମୃତକଙ୍କ ବୟସ ୫୯ ବର୍ଷ ଅଟେ । ସେହିପରି କୋରାପୁଟର ୩ ମୃତକ ୬୪,୪୮,୫୦ ବର୍ଷୀୟ ପୁରୁଷ । ପୁରୀର ୮୦ ଓ ୬୨ ବର୍ଷୀୟ ମହିଳା ; ୪୨ ବର୍ଷୀୟ ପୁରୁଷ ମୃତ । ବାଲେଶ୍ୱରର ୪୫, ବଲାଙ୍ଗୀରର ୫୮, କଟକର ୫୮ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଜଗତସିଂହପୁରର ୬୪, ଯାଜପୁରର ୫୨, ମୟୁରଭଞ୍ଜର ୫୩ ବର୍ଷୀୟ ପୁରୁଷ ମୃତ । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩ କୁ ବୃଦ୍ଧି ପାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking