22.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶବଜ୍ରପାତରେ ଚାଲିଗଲା ୧୬ ଜୀବନ

ବଜ୍ରପାତରେ ଚାଲିଗଲା ୧୬ ଜୀବନ

ଢାକା : ବାହାଘର ପାର୍ଟି ଚାଲିଥିବା ବେଳେ ଆକାଶରୁ ଖସିଛି ମୃତ୍ୟୁ । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘନଘନ ବିଜୁଳି ମାଡ଼ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ବିଜୁଳି ମାଡ଼ରେ ବର ଗୁରୁତର ଆହତ ହୋଇଛନ୍ତି । ବାଂଲାଦେଶର ଶିବଗଞ୍ଜ ଠାରେ ଏପରି ଘଟଣା ଘଟିଛି। ସୂଚନା ଅନୁଯାୟୀ,ବାହାଘର ପାର୍ଟିରେ ସାମିଲ ହୋଇଥିବା ଲୋକମାନେ ବର୍ଷା ପବନରୁ ବର୍ତ୍ତିବା ପାଇଁ ଗୋଟିଏ ଡଙ୍ଗା ଦ୍ୱାରା ନଦୀ କୂଳରେ ଥିବା ଶିବଗଞ୍ଜର ଆଶ୍ରୟ ସ୍ଥଳକୁ ଯାଉଥିଲେ । ତେବେ ଏହି ସମୟରେ ଏକାଧିକ ବିଜୁଳି ମାଡ଼ ହୋଇଥିଲା । ଏହି କାରଣରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାହାଘର ପାର୍ଟିରେ ଥିବା ବର ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ପାର୍ଟିରେ କନ୍ୟା ସାମିଲ ହୋଇ ନଥିଲେ । ତେଣୁ ସେ ବିଜୁଳି ମାଡ଼ରୁ ବର୍ତ୍ତି ଯାଇଛନ୍ତି । ଗୋଟିଏ ସପ୍ତାହ ହେଲାଣି ବାଂଲାଦେଶରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ବର୍ଷା ସାଙ୍ଗକୁ ବିଜୁଳି ମାଡ଼ ହେବାରୁ କୋକ୍ସ ବଜାରରେ ୨୦ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା। ଏମାନଙ୍କ ମଧ୍ୟରେ ୬ ଜଣ ରୋହିଙ୍ଗ୍ୟା ଶରଣାର୍ଥୀ ମଧ୍ୟ ରହିଥିଲେ । ଏବେ ପୁଣି ଶିବଗଞ୍ଜରେ ବିଜୁଳି ମାଡ଼ ୧୬ ଜଣଙ୍କ ଜୀବନ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking