30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଲଦାଖରେ ବିଶ୍ୱର ସର୍ବୋଚ୍ଚ ରାସ୍ତା ନିର୍ମାଣ କଲା ଭାରତ

ଲଦାଖରେ ବିଶ୍ୱର ସର୍ବୋଚ୍ଚ ରାସ୍ତା ନିର୍ମାଣ କଲା ଭାରତ

ନୂଆଦିଲ୍ଲୀ : ଲଦାଖର ପୂର୍ବାଞ୍ଚଳରେ ୧୯,୩୦୦ ଫୁଟ୍‌ ଉପରେ ରାସ୍ତା ନିର୍ମାଣ କରିଛି ସୀମା ସଡକ ସଂଗଠନ । ଏହାକୁ ବିଶ୍ୱର ଉଚ୍ଚତମ ରାସ୍ତା ବୋଲି ସରକାରଙ୍କ ପକ୍ଷରୁ ବୁଧବାର ଏକ ବିବୃତିରେ କୁହାଯାଇଛି। ଆଜି ଯାଏ କୌଣସି ରାଷ୍ଟ୍ର ଏତେ ଉଚ୍ଚ ସ୍ଥାନରେ କେବେ ହେଲେ ରାସ୍ତା ନିର୍ମାଣ କରିନାହାନ୍ତି। ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପଠାରୁ ଢେର ଉଚ୍ଚରେ ନିର୍ମାଣ କରାଯାଇଛି ଉମଲିଙ୍ଗଲା ପାସ। ନେପାଳ ସ୍ଥିତ ଏଭରେଷ୍ଟର ଦକ୍ଷିଣ ବେସ୍‌ କ୍ୟାମ୍ପ ସମୁଦ୍ର ପତନ ଠାରୁ ୧୭,୫୯୮ ଫୁଟ୍‌ ଉପରେ ଥିବାବେଳେ ତିବେତରେ ଥିବା ଉତ୍ତର ବେସ୍‌ କ୍ୟାମ୍ପ ୧୬,୯୦୦ ଫୁଟ୍‌ ଉପରେ ଅବସ୍ଥିତ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାଧାରଣତଃ ବ୍ୟବସାୟିକ ବିମାନ ଗୁଡ଼ିକ ୩୦ ହଜାର ଫୁଟ ଉପରେ ଉଡ଼ିଥାଆନ୍ତି। ତେଣୁ ଭାରତ ତିଆରି କରିଥିବା ରାସ୍ତାଟି ଏହି ଉଚ୍ଚତାର ଅଧାରୁ ଅଧିକ। ସରକାର କହିଛନ୍ତି, ଉମଲିଙ୍ଗଲା ପାସ୍‌ରେ ଏହି ରାସ୍ତା ତିଆରି କରାଯାଇଛି।

ପୂର୍ବରୁ ବୋଲିଭିୟା ଠାରେ ୧୮,୯୫୩ ଫୁଟ ଉଚ୍ଚରେ ରାସ୍ତା ତିଆରି ହୋଇଥିଲା। କିନ୍ତୁ ଏବେ ଏହି ରେକର୍ଡ ଭାଙ୍ଗିଛି। କାରଣ ବିଆରଓ ୧୯,୩୦୦ ଫୁଟ ଉପରେ ରାସ୍ତା ତିଆରି କରିଛି। ଏହା ସୋସିଓ-ଇକୋନୋମିକ ବ୍ୟବସ୍ଥାରେ ସହାୟକ ହେବା ସହ ଲଦାଖର ପର୍ଯ୍ୟଟନ ବିକାଶ ହୋଇପାରିବ। ଏତେ ଉଚ୍ଚରେ ଭିତ୍ତିଭୂମି ବିକାଶ କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜିଂ ଥିଲା। କାରଣ ଶୀତ ଦିନେ ଏଠାରେ ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରୀକୁ ଖସି ଯାଇଥାଏ। ସେହିପରି ଅକ୍ସିଜେନସ୍ତର ସ୍ୱାଭାବିକ ଠାରୁ ୫୦%କୁ ଖସିଯାଇ ଥାଏ। ଏସବୁ ସତ୍ତ୍ୱେ ବିଆରଓ ସବୁ ଚ୍ୟାଲେଞ୍ଜକୁ ସମ୍ମୁଖୀନ ହୋଇ ଉମଲିଙ୍ଗଲା ପାସ୍‌ ଦେଇ ୫୨ କିମିର ରାସ୍ତା ତିଆରି କରିଛି। ଏହି ରାସ୍ତାଟି ପୂର୍ବ ଲଦାଖର ଗୁରୁତ୍ୱପୂର୍ଣ୍ଣ ଚୁମାର ସେକ୍ଟରକୁ ସଂଯୋଗ କରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking