34.1 C
Bhubaneswar
Thursday, April 25, 2024
Homeଖେଳଐତିହାସିକ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଐତିହାସିକ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ ପଦକ ଜିତିଛି ଭାରତ । ୪୧ ବର୍ଷ ପରେ ଅଲିମ୍ପକ୍ସ ମେଡଲା ଜିତିଛି ପୁରୁଷ ହକି ଦଳ । ପଦକ ପାଇଁ ଲଢ଼େଇରେଚମକ୍ରାରୀ ପ୍ରଦର୍ଶନ କରିଛି ଭାରତ । ଅଲିମ୍ପିକ୍ସରେ ଐତିହାସିକ ବିଜୟ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ହକିରେ ବ୍ରୋଞ୍ଜ ପଦକ ବିଜୟକୂ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ‘ଅତୁଳନୀୟ କୁଶଳ, ସଂକଳ୍ପ, ସ୍ଥିରତା ଦେଖାଇଛନ୍ତି ଖେଳାଳି । ଐତିହାସିକ ବିଜୟ ସହ ହକିରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଏହାଂ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୁଷ ହକି ଟିମକୁ ଶୁଭେଚ୍ଛ ଜଣାଇ କହିଛନ୍ତି ଯେ, ଦେଶର ହକି ଟିମକୁ ନେଇ ଗର୍ବିତ । ଏହି ବିଜୟକୁ ସବୁଦିନ ପାଇଁ ଦେଶବାସୀ ମନେ ରଖିବେ ।

ସେହିପରି ଭାରତୀୟ ହକି ଦଳର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ଇଂରାଜୀରେ ଲେଖିଛନ୍ତି ବ୍ରିଲିଆଣ୍ଟ ଇନ୍ ବ୍ଲୁ । ଚମକ୍ରାର ବିଜୟ ପାଇଁ ନବୀନ ଅଭିନନ୍ଦନ ଜଣାଇଛନ୍ତି । ଅଲିମ୍ପକ୍ସରେ ୪୧ ବର୍ଷ ପରେ ମେଡାଲ ଆଣିଛି ଭାରତ । ଐତିହାସିକ ବିଜୟ ଆଗାମୀ ପିଢ଼ି ପାଇଁ ପ୍ରେରଣା ଦେବ ବୋଲି ନବୀନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking