28.1 C
Bhubaneswar
Friday, June 13, 2025
Homeଅପରାଧନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷ ଜେଲ୍‌

ନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷ ଜେଲ୍‌

କେନ୍ଦୁଝର: କେନ୍ଦୁଝର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ବିଚାରପତି ପକ୍ସୋ ଡକ୍ଟର ଅନୀଲ କୁମାର ଦତ୍ତ ମଙ୍ଗଳବାର ଜଣେ ନାବାଳିକାକୁ ଗଣ ବଳାତ୍କାର ମାମଲାରେ ଅଭିଯୁକ୍ତ ରଘୁନାଥ ପିଙ୍ଗୁଆ ଓରଫ୍ କନ୍ଦା ମୁଣ୍ଡାଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୩୦ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୯ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ବଳାତ୍କାର ଶିକାର ହୋଇଥିବା ନାବାଳିକାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଆକାରରେ ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।

ନାବାଳିକା ଜଣକ ତାଙ୍କ ଭଉଣୀ ଘର ଟିକିରା ଗ୍ରାମକୁ ବୁୁଲିବାକୁ ଯାଇଥିବାବେଳେ ୨୦୧୯ ମସିହା ମେ ମାସ ୪ ତାରିଖ ସନ୍ଧ୍ୟାରେ ରଘୁନାଥ ପିଙ୍ଗୁଆ ଓ ଠୁମ୍ପୁ ମୁଣ୍ଡା ଜଙ୍ଗଲ ମଧ୍ୟରୁ ଟେକି ନେଇ ବଳାତ୍କାର କରିଥିଲେ । ନାବାଳିକାର ପିତା ଏ ନେଇ ଘଷିପୁରା ଥାନାରେ ଅଭିଯୋଗ କରିଥିଲେ । ଘଟଣା ଘଟିବାର ୨ ଦିନ ପରେ ଠୁମ୍ପୁ ମୁଣ୍ଡା ମୃତ୍ୟୁବରଣ କରିଥିବାବେଳେ ପୁଲିସ ରଘୁନାଥ ପିଙ୍ଗୁଆକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସେବେ ଠାରୁ ସେ ବିଚାରଧୀନ କଏଦୀ ଭାବେ କେନ୍ଦୁଝର ଜେଲରେ ଥିବାବେଳେ ଆଜି ଏହି ମାମଲାର ଶୁଣାଣି ହୋଇଛି । ୧୩ ଜଣ ସାକ୍ଷୀ ଏବଂ ପୁଲିସ ରିପୋର୍ଟକୁ ଆଧାର କରି ଏହି ଦଣ୍ଡାଦେଶ ହୋଇଛି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରୋସିକ୍ୟୁଟର୍ ଗଣେଶ ପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking