26.1 C
Bhubaneswar
Monday, December 11, 2023
Homeଅପରାଧଘରେ ପଶି ସ୍ୱାମୀ, ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ୩ ଗିରଫ

ଘରେ ପଶି ସ୍ୱାମୀ, ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ୩ ଗିରଫ

ଗଞ୍ଜାମ: ତାରାସିଂ ଥାନା ଅନ୍ତର୍ଗତ ଗେରେଡା ଗ୍ରାମରେ ଘରେ ପଶି ସ୍ୱାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ ହୋଇଛି । ଗେରେଡା ଗାଁର ନବଘନ ନାୟକ ଓ ସ୍ତ୍ରୀ ଅନ୍ନପୂର୍ଣ୍ଣା ନାୟକଙ୍କୁ ସେହି ଗାଁର ଜିତୁ ନାୟକ ଓ ତାର ୨ ସହଯୋଗୀ ପୀତବାସ ନାୟକ ଓ ସଞ୍ଜୟ ନାୟକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଉଭୟ ସହଯୋଗୀଙ୍କ ଘର ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ଗ୍ରାମରେ । ଏନେଇ ସଂପୃକ୍ତ ଆକ୍ରମଣକାରୀ ୩ ଯୁବକଙ୍କ ନାମରେ ତାରାସିଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅନ୍ନପୂର୍ଣ୍ଣା ନାୟକ । ତାରାସିଂ ଥାନାରେ ମାମଲା ରୁଜୁ ହେବା ସହ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଅଭିଯୋଗ ପ୍ରକାରେ ଗେରେଡା ଗ୍ରାମର ଜନୈକ ଯୁବତୀକୁ ଗାଳିଗୁଲଜ କରିଥିଲା ଜିତୁ । ଘଟଣା ସମୟରେ ଯୁବତୀ ଜଣକ ନବଘନଙ୍କ ଘରକୁ ଚାଲିଯାଇଥିଲେ । ଏହାକୁ ନେଇ ପୁଣି ଜିତୁ ଗାଳିଗୁଲଜ କରିଥିଲା । ନବଘନ ଏହାକୁ ପ୍ରତିବାଦ କରିଥିଲେ । ପରେ ଜିତୁ ଉତକ୍ଷିପ୍ତ ହୋଇ ରବିବାର ସକାଳୁ ତାର ଦୁଇ ସହଯୋଗୀ ପିତବାସ ଓ ସଞ୍ଜୟଙ୍କ ସହ ନବଘନଙ୍କ ଘରକୁ ଯାଇ ପୁଣି ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଘଟଣା ସମୟରେ ସ୍ତ୍ରୀ ଅନ୍ନପୂର୍ଣ୍ଣା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ ମାରି ଚମ୍ପଟ ମାରିଥିଲେ । ନବଘନକୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking