34.1 C
Bhubaneswar
Friday, March 29, 2024
Homeଓଡିଶାନିଆଁରେ ପୋଡ଼ି ନବବଧୂ ମୃତ, ସ୍ୱାମୀ ଗୁରୁତର

ନିଆଁରେ ପୋଡ଼ି ନବବଧୂ ମୃତ, ସ୍ୱାମୀ ଗୁରୁତର

ଜଳେଶ୍ୱର: ଜଳେଶ୍ୱର ବ୍ଲକ୍ ଦକ୍ଷିଣପ୍ରହରାଜପୁର ପଞ୍ଚାୟତ ଗୁଆଗଡ଼ିଆ ଗ୍ରାମରେ ଘଟିଯାଇଛି ଅଘଟଣ । ନବ ବିବାହିତ ପତିପତ୍ନୀ ନିଆଁରେ ପୋଡ଼ିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସୂଚନାନୁଯାୟୀ ଗୁଆଗଡ଼ିଆ ଗ୍ରାମର ଶମ୍ଭୁ ମାଝୀଙ୍କ ସାନ ପୁଅ ରତିକାନ୍ତ ମାଝୀ(୨୫) ଗତ ୩ ମାସ ତଳେ ବାଲେଶ୍ୱରସ୍ଥିତ ଗ୍ରାମର ଲିଜା ମାଝୀ(୨୧)ଙ୍କୁ ବିବାହ କରିଥିଲେ । ଗତ କିଛିଦିନ ତଳେ ବାଲେଶ୍ୱର ଶ୍ୱଶୁର ଘରକୁ ଯାଇ ଗତ ୧୯ତାରିଖ ଦିନ ସନ୍ଧ୍ୟାରେ ଘରକୁ ଫେରିଥିଲେ । ଘରକୁ ଫେରି ଘରଭିତରେ ସ୍ୱାମୀ ସ୍ତ୍ରୀ ଲୁଗା ପାଲଟିବାକୁ ଯାଇ ଦୀର୍ଘ ୧ ଘଣ୍ଟା ଧରି ଘର ଭିତରୁ ନ ବାହାରିବାରୁ ରତିକାନ୍ତର ମାଆ ଡାକ ମାରିଥିଲେ ।

ତେବେ କିଛି ସମୟ ପରେ ପୁଅ ବହୁ ଜଳୁଥିବା ଅବସ୍ଥାରେ ଘରଭିତରୁ ବାହାରିଥିଲେ । ପୁଅ ରତିକାନ୍ତ ଜଳୁଥିବା ଅବସ୍ଥାରେ ନିକଟରେ ଥିବା ଏକ ପୋଖରୀ ମଧ୍ୟକୁ ଡିଆଁ ମାରିଦେଇ ଥିବା ବେଳେ ପରିବାରର ଲୋକମାନେ ଜଳୁଥିବା ବହୁର ନିଆଁକୁ ଲିଭାଇଥିଲେ । ତୁରନ୍ତ ସେମାନଙ୍କୁ ବାଲେଶ୍ୱର ହସ୍‌ପିଟାଲକୁ ନିଆଯାଇଥିଲା । ଅଧିକ ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ସ୍ତ୍ରୀ ଲିଜାର ମୃତ୍ୟୁ ହୋଇଯାଇଥିବା ବେଳେ ସ୍ୱାମୀ ରତିକାନ୍ତ କଟକ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking