38.8 C
Bhubaneswar
Friday, April 19, 2024
Homeଓଡିଶାରାଜଧାନୀରେ ଆଉ ୧୩ ନୂଆ କରୋନା ପଜିଟିଭ

ରାଜଧାନୀରେ ଆଉ ୧୩ ନୂଆ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଏବେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜଧାନୀ ଭୁବନେଶ୍ୱରରେ କରୋନା ଥମିବାର ନାଁ ନେଉନାହିଁ । ଆଜି ଭୁବନେଶ୍ୱରରୁ ଆଉ ନୂଆ ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଟି ଲୋକାଲ କେସ ହୋଇଥିବା ବେଳେ ୮ଟି ହୋମ କ୍ୱାରେଣ୍ଟାଇନ କେସ ରହିଛି । ଲୋକାଲ କେସ ମଧ୍ୟରେ ଖଣ୍ଡଗିରି ଅଂଚଳରୁ ଜଣେ ୨୧ ବର୍ଷୀୟା ମହିଳା ସଂକ୍ରମିତ ହୋଇଥିବା ବେଳେ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଯାଜପୁର ରହିଛି । ସେହିଭଳି ଆଉ ଜଣେ ୩୨ ବର୍ଷୀୟ ଯୁବକ ଓଲ୍ଡ ଟାଉନ ଅଚଂଳରୁ ଚିହ୍ନଟ ହୋଇଥିବା ବେଳେ ଟ୍ରାଭେଲ ହିଷ୍ଟ୍ରି କଟକ ରହିଛି । ଆଉ ଜଣେ ୫୫ ବର୍ଷୀୟ ବ୍ୟକ୍ତି ସାଲିଆ ସାହିରୁ ଚିହ୍ନଟ ହୋଇଥିବା ବେଳେ ସେ ଜଣେ ରେଳ ବିଭାଗ କର୍ମଚାରୀ । ଆଉ ଜଣେ ୫୭ ବର୍ଷୀୟ ପୁରୁଷ ନିଳାଦ୍ରୀ ବିହାରରୁ ଜଣାପଡିଥିବା ବେଳେ ତାଙ୍କ ପରିବାର ନିକଟରେ ଆସାମରୁ ଫେରିଥିଲେ । ସେହିଭଳି ଆଉ ଜଣେ ୧୮ ବର୍ଷୀୟା ଯୁବତୀ ଜୟଦେବ ବିହାର ଅଂଚଳରୁ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ହୋମ କ୍ୱାରେଣ୍ଟାଇନ କେସ ମଧ୍ୟରେ ୨୪,୩୨,୩୨ ବର୍ଷୀୟ ପୁରୁଷ ଓ ଜଣେ ୨୮ ବର୍ଷୀୟା ଯୁବତୀ ଟଙ୍କପାଣି ରୋଡ ନିକଟରୁ ଚିହ୍ନଟ ହୋଇଛନ୍ତି । ସେମାନେ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଆଉ ୨ଟି କେସରେ ଜଣେ ୪୪ ବର୍ଷୀୟ ପୁରୁଷ ଓ ଆଉ ଜଣେ ୩୦ ବର୍ଷୀୟା ମହିଳା ଟଙ୍କପାଣଇରୋଡ ବିଜୟଲକ୍ଷ୍‌ମୀ କଲୋନୀ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ସେମାନେ ମଧ୍ୟ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି ସାମନ୍ତରାପୁର ନୂଆଗାଁ ଅଚଂଳରୁ ୩୦, ୩୨ ବର୍ଷୀୟ ପୁରୁଷ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଆଉ ଗୋଟିଏ କେସ ୟୁନିଟ ୧ ରୁ ୨୫ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେ ନିକଟରେ ବେଙ୍ଗାଲୁରୁରୁ ଫେରିଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୫ରେ ପହଂଚିଥିବା ବେଳେ ୨୦୧ ଜଣ ସୁସ୍ଥ ହୋଇଛନ୍ତି । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୯ଟି ଆକ୍ଟିଭ କେସ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking