34.1 C
Bhubaneswar
Friday, March 29, 2024
Homeଓଡିଶାବ୍ଲାଷ୍ଟ ଫର୍ଣ୍ଣେସ ବିସ୍ଫୋରଣ : ୭ ଜଣ ଶ୍ରମିକ ଗୁରୁତର

ବ୍ଲାଷ୍ଟ ଫର୍ଣ୍ଣେସ ବିସ୍ଫୋରଣ : ୭ ଜଣ ଶ୍ରମିକ ଗୁରୁତର

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲହଣ୍ଡାବୁଡ଼ର ଟିପିସିଏଲ କାରଖାନା ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ ହୋଇଛି । ବ୍ଲାଷ୍ଟ ଫର୍ଣ୍ଣେସ ବିସ୍ଫୋରଣରେ ୭ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତ ୭ ଜଣ ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଆଇଜିଏଚ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ , କାରଖାନାର ଦ୍ୱିତୀୟ ମହଲାରେ ଥିବା ଫର୍ଣ୍ଣେସ୍‌ରେ ବିସ୍ଫୋରଣ ହୋଇଛି । ନିଆଁ ଛିଟିକି ପଡ଼ିବାରୁ ୭ ଜଣ ଶ୍ରମିକ ଗୁରୁତର ଭାବେ ପୋଡ଼ିଯାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking