30.1 C
Bhubaneswar
Monday, May 6, 2024
Homeଅପରାଧମାହାଙ୍ଗାରେ ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ମାମଲା : ତଦନ୍ତ ପାଇଁ ଖେଳ ଶିକ୍ଷକଙ୍କ ଘରେ...

ମାହାଙ୍ଗାରେ ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ମାମଲା : ତଦନ୍ତ ପାଇଁ ଖେଳ ଶିକ୍ଷକଙ୍କ ଘରେ ପହଞ୍ଚିଲା ପୋଲିସ

ବ୍ୟୁରୋ : ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲା । ସ୍ୱର୍ଣ୍ଣଲତାଙ୍କ ସହ ପ୍ରେମ ସଂପର୍କକୁ ସ୍ୱୀକାର କଲେ ଖେଳ ଶିକ୍ଷକ । ସେପଟେ ଜଗତସିଂହପୁର ଛେଳିଆଗଡ ଗାଁରେ ପହଞ୍ଚିଛନ୍ତି ତଦନ୍ତକାରୀ ଟିମ୍ । ଗତକାଲି କଟକ ଜିଲ୍ଲା ଏସପି ମିହିର ପଣ୍ଡା ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଆଉ ଆଜି ତଦନ୍ତକାରୀ ଟିମ୍ ସ୍ୱର୍ଣ୍ଣଲତାଙ୍କ ପ୍ରେମିକ ତଥା ଖେଳ ସାରଙ୍କ ଘରେ ପହଞ୍ଚିଛନ୍ତି । ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣଙ୍କ ଚିଠିରେ ଅନେକ କିଛି ଲେଖିଥିଲେ । ଏହାବାଦ ସେ ଆଉ କିଛି କହିଥଲେ କି ମଧ୍ୟ ସେ ନେଇ ପ୍ରଶ୍ନ ଉଠିଛି ।ସେପଟେ, ପ୍ରେମିକ ଶିକ୍ଷକ ଅନୁପମ ରାୟ ଏବେ ନ୍ୟାୟ ଦାବି କରିଛନ୍ତି । କିନ୍ତୁ ସେ ଶରତ ନାୟକ ଯିଏକି ସ୍ଥାନୀୟ ନେତାଙ୍କ ନା ନେଇଛନ୍ତି । ଯିଏକି ଫୋନ୍ କରି ଧମକ ଦେଉଥିଲେ ବୋଲି ସେ କହିଛନ୍ତି । ଅନେକ ସମୟରେ ଛାତ୍ରୀଙ୍କୁ ତାଙ୍କ ବାପା ମାଡ ମାରୁଥିବା କହିଛନ୍ତି । ଛାତ୍ରୀଙ୍କ ମୃତ୍ୟୁ ପରେ ଶରତ ଫୋନ୍ କରି ତାଙ୍କୁ ଟଙ୍କା ମାଗୁଥିଲେ ବୋଲି କହିଛନ୍ତି । ପୋଲିସ ଭୟ ଦେଖାଇ ଟଙ୍କା ମାଗୁଥିଲେ ବୋଲି ଅନୁପମ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।ଝିଅ ଆତ୍ମହତ୍ୟା କରିଛି, ପଇସା ଡିଲ ନକଲେ କେସ କରିବାର ଧମକ ଦେଉଥିଲେ ବୋଲି ଶରତ ଧମକ ଦେଉଥିଲେ । ତେବେ ପ୍ରେମ ସଂପର୍କକୁ ସେ ସ୍ୱୀକାର କରିଛନ୍ତି । ଉପଯୁକ୍ତ ସମୟ ଆସିଲେ ସବୁ କିଛି କରିଥାନ୍ତେ ବୋଲି କହିଛନ୍ତି । ଝିଅର ବାପା ବାରମ୍ବାର ମାଡ ମାରୁଥିଲେ ଆଉ ତାଙ୍କୁ ଦୁଃଖ କଥା କହୁଥିଲେ । ଆଉ ଏହି ସମୟରେ ସମବେଦନା ଆସିବାରୁ ପ୍ରେମ ସଂପର୍କ ଗଢି ଉଠିଥିଲା ବୋଲି ଶିକ୍ଷକ ଜଣଙ୍କ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking