33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଜୟବାୟୁ ପରିବର୍ତ୍ତନ ଯୋଗୁଁ ୧୦୦ ଜିଲ୍ଲା ଅଧିକ ପ୍ରଭାବିତ ହେବ : ଷ୍ଟଡି

ଜୟବାୟୁ ପରିବର୍ତ୍ତନ ଯୋଗୁଁ ୧୦୦ ଜିଲ୍ଲା ଅଧିକ ପ୍ରଭାବିତ ହେବ : ଷ୍ଟଡି

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦେଶର ୬୧୨ଟି ଜିଲ୍ଲାରେ ପ୍ରଭାବ ପଡ଼ିବାର ଆଶଙ୍କା ଥିବା ବେଳେ ୧୦୦ ଜିଲ୍ଲା ପ୍ରତି ଅଧିକ ବିପଦ ରହିଛି ବୋଲି ଏକ ଅଧ୍ୟୟନ (ଷ୍ଟଡି)ରେ ଆଶଙ୍କା କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ଦେଶର ପୂର୍ବାଞ୍ଚଳରେ ରହିଛି। ବିଜ୍ଞାନ ଏବଂ ପ୍ରାଦ୍ୟୋଗିକୀ ବିଭାଗ (ଡିଏସ୍‌ଟି) ସହାୟତାରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ ଆଇଆଇଟି ମଣ୍ଡି ଓ ଆଇଆଇଟି ଗୁଆହାଟୀ ସହ ମିଳିତ ଭାବେ ଏହି ଅଧ୍ୟୟନ କରିଛି । ଦେଶର ୮ଟି ଜିଲ୍ଲା ଝାଡ଼ଖଣ୍ଡ, ମିଜୋରାମ, ଓଡ଼ିଶା, ଛତିଶଗଡ଼, ଆସାମ, ବିହାର, ଅରୁଣାଚଳ ପ୍ରଦେଶ ଓ ପଶ୍ଚିମ ବଙ୍ଗ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅଧିକ ପ୍ରଭାବିତ ହେବ ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଥିବା ପଲିସି କୋ-ଅର୍ଡିନେସନ୍ ଆଣ୍ଡ ପ୍ରୋଗ୍ରାମ୍ ମ୍ୟାନେଜମେଣ୍ଟ୍ (ପିସିପିଏମ୍‌)ର ମୁଖ୍ୟ ତଥା ବରିଷ୍ଠ ପରାମର୍ଶଦାତା ଏବଂ ବିଜ୍ଞାନ, ପ୍ରାଦ୍ୟୋଗିକ ବିଭାଗ (ଡିଏସ୍‌ଟି)ର ଜଳବାୟୁ ବିଶେଷଜ୍ଞ ଅଖିଳେଶ ଗୁପ୍ତା କହିଛନ୍ତି ।

ଡିଏସ୍‌ଟି ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, ଅଧ୍ୟନରେ ସାମିଲ ସମସ୍ତ ୬୧୨ ଜିଲ୍ଲା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବାର ଆଶଙ୍କା ଥିବାବେଳେ ପୂର୍ବ ଭାରତର ୧୦୦ଟି ଜିଲ୍ଲା ଉପରେ ଏହାର ବିପଦ ଅଧିକ ହୋଇପାରେ । ଏହା ଆଇଆଇଏମ୍ ବେଙ୍ଗାଲୁରୁ ଦ୍ୱାରା ଆଇଆଇଟି ମଣ୍ଡି ଓ ଆଇଆଇଟି ଗୁଆହାଟୀ ସହ ମିଳିତ ଭାବେ ଏବଂ ଡିଏସ୍‌ଟି ସହାୟତାରେ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି । ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃସରକାର ପ୍ୟାନେଲ (ଆଇପିସିସି) ଅନୁସାରେ, ପୃଥିବୀର ତାପମାତ୍ର ପୂର୍ବରୁ (ପ୍ରି-ଇଣ୍ଡଷ୍ଟ୍ରିଆଲ୍ ଲେଭଲ୍‌) ୧.୧ ଡିଗ୍ରୀ ସେଲ୍‌ସିୟସ୍ ବୃଦ୍ଧି ପାଇସାରିଛି । ସେହିପରି ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଏହା ଆହୁରି ୧.୫ ଡିଗ୍ରୀ ସେଲ୍‌ସିୟସ୍ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ଶ୍ରୀ ଗୁପ୍ତା କହିଛନ୍ତି ।

ଏହି ତାପମାତ୍ରା ବୃଦ୍ଧିର ପ୍ରଭାବ ଆଗାମୀ ସମୟରେ ଭାରତରେ ଅଧିକ ଦେଖିବାକୁ ମିଳିବ । ଫଳରେ ଗମ୍ଭୀର ହିଟ୍ ୱେଭ୍ ବାରମ୍ବାର ଦେଖାଦେବା ସହ ଏହା ବହୁ ସମୟ ପର୍ଯ୍ୟନ୍ତ ଅନୁଭୂତ ହେବ । ଲଗାତାର ମରୁଡ଼ି ଏବଂ ବନ୍ୟା ଦେଖାଦେବ । ଭାରତୀୟ ସମୁଦ୍ରରେ ଜଳସ୍ତରରେ ବୃଦ୍ଧି ଘଟିବ । ଦୁଇ ଦଶନ୍ଧି ଧରି ସମୁଦ୍ର ଜଳସ୍ତରରେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି । ସେହିପରି ବାତ୍ୟା ସଂଖ୍ୟାରେ ବୃଦ୍ଧି ଘଟିବା ସହ ସମୁଦ୍ର ଜଳରେ କାର୍ବନ ଡାଇଅକ୍ସାଇଡ୍ ମାତ୍ରାରେ ବୃଦ୍ଧି ଘଟି ଜଳକୁ ଅଧିକ ଅମ୍ଳଯୁକ୍ତ କରିବାର ଆଶଙ୍କା ରହିଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଡିଏସ୍‌ଟି ଦ୍ୱାରା ଜିଆଇଜେଡ୍ ସହାୟତାରେ ଆୟୋଜିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଟର୍ ମ୍ୟାନେଜମେଣ୍ଟ୍ (ଏନ୍‌ଆଇଡିଏମ୍‌)ର ଏକ କାର୍ଯ୍ୟକ୍ରମରେ ଶ୍ରୀ ଗୁପ୍ତା କହିଛନ୍ତି ।

ସେ କହିଛନ୍ତି, ଆଗାମୀ ଦୁଇ ଦଶନ୍ଧି ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଆଇପିସିସିର ୱାର୍କିସ ଗ୍ରୁପ୍ ରିପୋର୍ଟ ବିଶ୍ୱ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଚେତାବନୀ ଦେଇଛି । ଏହି ଅନୁସାରେ ବିଶ୍ୱ ତାପମାତ୍ରାରେ ଦୁଇ ଡିଗ୍ରୀ ବୃଦ୍ଧି ସମୟ ପୂର୍ବରୁ ମଧ୍ୟ ଘଟିପାରେ ବୋଲି ଆଶଙ୍କା କରାଯାଉଛି । ଏହାର ପ୍ରଭାବ ଭାରତର ଚାଷକାର୍ଯ୍ୟ, ସ୍ୱାସ୍ଥ୍ୟସେବା ଓ ପାନୀୟ ଜଳ ଉପରେ ପଡ଼ିପାରେ । ତେବେ ଏହି ସବୁ ଚାଲେଞ୍ଜ୍‌ର ସମ୍ମୁଖୀନ ହେବା ପାଇଁ ଭାରତ ଉଦ୍ୟମ ଚଳାଇଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଏହି ବିପଦ ଏବେ ପହଞ୍ଚିସାରିଛି ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଏନ୍‌ଆଇଡିଏମ୍ କାର୍ଯ୍ୟକାରୀ ନିର୍ଦ୍ଦେଶକ ମେଜର ନେଜେରାଲ୍ ଏମ୍‌କେ ବିନ୍ଦାଲ୍ ସତର୍କ କରାଇ ଦେଇଥିଲେ । ଏଥିପାଇଁ ତୁରନ୍ତ ସୂଚନା ଏକାଠି କରି ଧନଜୀବନ ବଞ୍ଚାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହା ସହିତ ଜଳବାୟୁ ପରିବର୍ତ୍ତନ ସମସ୍ୟା ସହ ଲଢ଼େଇ କରିବା ପାଇଁ ବିଜ୍ଞାନ, ପ୍ରାଦ୍ୟୋଗିକୀର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking