34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶସିବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମାମଲାର ସଫଳତା ହାର ଜଣାଅ

ସିବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମାମଲାର ସଫଳତା ହାର ଜଣାଅ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସାରା ଦେଶରେ ତଦନ୍ତ କରୁଥିବା ମାମଲାର ସଫଳତା ହାର ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ସଞ୍ଜୟ କିଶନ୍ କୌଲ୍ ଓ ଏମ୍‌ଏମ୍ ସୁନ୍ଦ୍ରେଶଙ୍କୁ ନେଇ ଗଠିତ ବେଞ୍ଚ୍ କହିଛନ୍ତି ଦେଶର ପ୍ରିମିୟର୍ ତଦନ୍ତକାରୀ ସଂସ୍ଥା କେବଳ ମାମଲାର ତଦନ୍ତ ଆରମ୍ଭ କରିଦେଇ ବସିଗଲେ ହେବ ନାହିଁ । ବେଞ୍ଚ୍ ସିବିଆଇକୁ କହିଛନ୍ତି କେତୋଟି ମାମଲାର ଟ୍ରାଏଲ୍ କୋର୍ଟ ଏବଂ ହାଇକୋର୍ଟରେ ମୋକଦ୍ଦମା ଚଳାଇଛି ତାର ବିସ୍ତୃତ ରିପୋର୍ଟ ଦେବାକୁ କହିଛନ୍ତି । ଆମେ ଦେଶର ଏହି ପ୍ରିମିୟର୍ ତଦନ୍ତକାରୀ ଏଜେନ୍ସିର ସଫଳତା ହାର ଦେଖିବାକୁ ଚାହୁଁ ବୋଲି ବେଞ୍ଚ୍ କହିଛନ୍ତି ।

ସିବିଆଇ ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ୍ ସଞ୍ଜୟ ଜୈନ କହିଥିଲେ, ଭାରତର ଅନୁସୃତ ମୋକଦ୍ଦମା ପ୍ରଣାଳୀ ଅନୁସାରେ ଅଭିଯୁକ୍ତର ପ୍ରତିରକ୍ଷା ଅଧିକାର ଥିବାରୁ ମୋକଦ୍ଦମାର ସପଳତା ହାରରୁ ସିବିଆଇର ଦକ୍ଷତା ମାପିବା ଉଚିତ ବୋଲି କହିଥିଲେ। ଏହା ଉପରେ ବେଞ୍ଚ୍ କହିଥିଲେ, ସାରା ବିଶ୍ୱରେ ଏହି ପ୍ରଣାଳୀ ଅନୁସୃତ ହେଉଛି । ତେଣୁ ଏପରି କୌଣସି କାରଣ ନାହିଁ ଯେ ସିବିଆଇ ଉପରେ ଏହା ଲାଗୁ ହୋଇପାରିବ ନାହିଁ । ବେଞ୍ଚ୍ କହିଥିଲେ ଯେ କେତୋଟି ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ ହୋଇଛି ଏହା ତଦନ୍ତକାରୀ ଏଜେନ୍ସିର ଦକ୍ଷତା ଉପରେ ନିର୍ଭର କରିଥାଏ । ରିପୋର୍ଟ କାର୍ଡ ତଥ୍ୟ ଫାଇନାଲ୍ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ୪ ସପ୍ତାହର ସମୟ ପ୍ରଦାନ କରିଛନ୍ତି । ପରବର୍ତ୍ତୀ ଶୁଣାଶି ବେଳେ କୋର୍ଟ ଏହି ତଥ୍ୟର ଯାଞ୍ଚ୍ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking