34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମୃତ ଚାଷୀଙ୍କ ପରିବାରକୁ ୧ କୋଟି ସହାୟତା

ମୃତ ଚାଷୀଙ୍କ ପରିବାରକୁ ୧ କୋଟି ସହାୟତା

ଚଣ୍ଡିଗଡ: ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଯୁବ ଚାଷୀଙ୍କ ପରିବାକ ୧ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଆଜି ଏସମ୍ପର୍କରେ ପଞ୍ଜାବର ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ନିଜେ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ନିକଟରେ ଦିଲ୍ଲୀ ସୀମାରେଖା ଖନୌରୀ ଅଞ୍ଚଳରେ ଆନ୍ଦୋଳନ କରୁଥିବା କୃଷକଙ୍କ ମଧ୍ୟରୁ ଶୁଭକରନ୍ ନାମକ ଜଣେ ଯୁବ କୃଷକଙ୍କ ମୃତ୍ୟୁ ହୋଇଥିଲା ।

ଏହା ଏକ ସ୍ପର୍ଶକାତର ଘଟଣା ବୋଲି ମାନ୍ ଅଭିହିତ କରିଛନ୍ତି । ମାନ୍‌ଙ୍କ କହିବାନୁସାରେେ ତାଙ୍କ ସରକାର କୃଷକଙ୍କ ସମସ୍ୟାକୁ ବୁଝୁଥିବା ବେଳେ ମୃତ କୃଷକଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁୂଛି । ଏତଦ୍‌ବ୍ୟତୀତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍‌, ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଏବଂ ମୃତକଙ୍କ ସାନ ଭଉଣୀଙ୍କୁ ସରକାରୀ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏତଦ୍‌ବ୍ୟତୀତ ଶୁଭକରନ୍‌ଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking