30.1 C
Bhubaneswar
Wednesday, July 16, 2025
Homeଓଡିଶା୧୧ ଜିଲ୍ଲାରେ ୩୮୭୮ କୋଟିର ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର

୧୧ ଜିଲ୍ଲାରେ ୩୮୭୮ କୋଟିର ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୧୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି। ୧୧ଟି ଜିଲ୍ଲାରେ ୧୭ଟି ପ୍ରକଳ୍ପ ନିର୍ମାଣ ହେବ। ଫଳରେ ୧୦ ହଜାର ୫୮୪ ନିଯୁକ୍ତି ସୃଷ୍ଟି ହେବ। ପ୍ଲାଷ୍ଟିକ, ଟେକ୍ସଟାଇଲ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ହେବ। ରାଜ୍ୟରେ ବେକାରୀ ସଂଖ୍ୟା ବଢିବାରେ ଲାଗିଛି। ଆବଶ୍ୟକତା ଅନୁସାରେ କଳକାରଖାନା ଓ ଶିଳ୍ପର ଅଭାବ ଦେଖାଯାଇଛି। ଓଡ଼ିଶାର ଯୁବପିଢ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ରାଜ୍ୟରେ କଳକାରଖାନା ଗଢ଼ି ଉଠିଲେ ଯୁବପିଢ଼ିଙ୍କୁ ରୋଜଗାର ମିଳିପାରିବ। ବାହାର ରାଜ୍ୟକୁ ଯାଇ ସେଠାକାର ମାଲିକମାନଙ୍କ ଠାରୁ ଓଡ଼ିଆ ଯୁବକଯୁବତୀଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ିବ ନାହିଁ। ରାଜ୍ୟ ସରକାରଙ୍କ ୩୮୭୮.୮୬ କୋଟିର ପୁଞ୍ଜି ନିବେଶ କାର୍ଯ୍ୟରେ ପରିଣତ ହେଲେ ଯୁବପିଢ଼ି ଉପକୃତ ହେବେ। ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking