28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶକଳାଦିବସ ପାଳିଲେ କୃଷକ: ଲାଠି ଚାର୍ଜ କଲା ପୁଲିସ; ଆଖିବୁଜିଲେ ଆଉ ଜଣେ ଚାଷୀ, ୬...

କଳାଦିବସ ପାଳିଲେ କୃଷକ: ଲାଠି ଚାର୍ଜ କଲା ପୁଲିସ; ଆଖିବୁଜିଲେ ଆଉ ଜଣେ ଚାଷୀ, ୬ ଦିନରେ ୫ ଚାଷୀ ମୃତ

ନୂଆଦିଲ୍ଲୀ : ପଞ୍ଜାବ-ହରିଆଣା ସୀମାରେଖା ଖନୌରୀ ଠାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରକୁ ରବର ଗୁଳି ମାଡ଼ କରିବା ଏବଂ ଏଥିରେ ଜଣେ ୨୩ ବର୍ଷୀୟ ଯୁବଚାଷୀଙ୍କ ମୃତ୍ୟୁ ହେବା ଭଳି ଘଟଣାକୁ ନେଇ କୃଷକ ସଂଗଠନ ବେଶ୍ ଆକ୍ରମଣାତ୍ମକ ହୋଇପଡିଛନ୍ତି । ପ୍ରତିବାଦରେ ଆଜି ଦିନକୁ କୃଷକ ସଂଗଠନ ପକ୍ଷରୁ କଳାଦିବସ ଭାବେ ପାଳନ କରାଯାଇଛି । କୃଷକମାନେ ହାତରେ କଳାପଟି ପରିଧାନ ପୂର୍ବକ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଶୁକ୍ରବାର ଆଉ ଜଣେ ଆନ୍ଦୋଳନରତ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଚାଷୀଜଣକ ହେଲେ ୬୨ ବର୍ଷୀୟ ଦର୍ଶନ ସିଂହ । ଭଟିଣ୍ଡା ଜିଲ୍ଲାର ଆମରଗଡ ଗ୍ରାମର ଏହି ଚାଷୀଜଣକ ଖନୌରୀ ବିକ୍ଷୋଭ ସ୍ଥଳୀ ନିକଟରେ ଆଜି ଟଳିପଡିଥିଲେ । ମୃତ ଚାଷୀଙ୍କ ପରିବାରକୁ ଆର୍ଥିକ ସହାୟତା ତଥା ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ଦାବି କରାଯାଉଛି । ତାଙ୍କ ମୁଣ୍ଡ ଉପରେ ୮ଲକ୍ଷ ଟଙ୍କାର କରଜ ରହିଥିବା ଜଣାପଡିଛି । ଦର୍ଶନ୍ ସିଂହଙ୍କୁ ମିଶାଇ ଗତ ୬ଦିନ ମଧ୍ୟରେ ୫ଜଣ ଚାଷୀ ପ୍ରାଣ ହରାଇସାରିଲେଣି ।

ଅନ୍ୟପକ୍ଷେ ଗତ ୧୮ ତାରିଖରୁ ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିଆଣାରୁ ଆସି ଦିଲ୍ଲୀ ସୀମାରେଖା ଠାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ପ୍ରାୟ ୨୦ହଜାରରୁ ଊର୍ଦ୍ଧ୍ୱ କୃଷକଙ୍କ ସହ ମିଶିବା ଉଦ୍ଦେଶ୍ୟରେ ଆଜି ଖନୌରୀ ସୀମା ଅଭିମୁଖେ ଆସୁଥିବା ଅନେକ କୃଷକମାନଙ୍କୁ ଅଧାମାର୍ଗରେ ହରିଆଣା ପୁଲିସ୍ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ କୃଷକ ଓ ପୁଲିସ୍ କର୍ମୀଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିବା ନେଇ ସୂଚନା ମିଳିଛି । ପରିସ୍ଥିତି ଏପରି ଉଷ୍ମ ହୋଇପଡିଥିଲା ଯେ, ପୁଲିସ୍ କର୍ମୀଙ୍କୁ ଟିୟର ଗ୍ୟାସ ଏବଂ ପାଣିମାଡ ସହ ଚାଷୀଙ୍କ ଉପରେ ଲାଠିଚାର୍ଜ କରିବାକୁ ମଧ୍ୟ ପଡିଛି । ଫଳରେ ଉତ୍ତ୍ୟକ୍ତ ଚାଷୀ ରାସ୍ତାରେ ଛିଡା ହୋଇଥିବା ପୁଲିସ୍ ଗାଡ଼ିଗୁଡିକୁ ଭଙ୍ଗାରୁଜା କରିଥିବା ଏବଂ ପୁଲିସ୍ କର୍ମୀଙ୍କ ଉପରକୁ ଟେକାପଥର ମାଡ କରିଥିବା ସମ୍ପର୍କରେ ମଧ୍ୟ ଜଣାପଡିଛି । ସୂଚନାଯୋଗ୍ୟ ଦିନକ ପୂର୍ବେ କୃଷକ ନେତା ରାକେଶ ଟିକାୟତ୍ ସୂଚନା ଦେଇ କହିଥିଲେ ଆସନ୍ତା ୨୬ ତାରିଖରେ ଦେଶର ବିଭିନ୍ନ ରାଜ୍ୟରେ କୃଷକଙ୍କ ପକ୍ଷରୁ ଟ୍ରାକ୍ଟର ରାଲି ଆୟୋଜନ କରାଯିବ । ସେହିପରି ଆସନ୍ତା ମାସ ୧୪ ତାରିଖରେ କୃଷକ ସମାଜ ପକ୍ଷରୁ ମହାପଞ୍ଚାୟତ ଆୟୋଜନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking