30.1 C
Bhubaneswar
Wednesday, February 19, 2025
Homeଓଡିଶାସମୁଦ୍ର ମୁହାଁ ଅଲିଭ ରିଡଲେ

ସମୁଦ୍ର ମୁହାଁ ଅଲିଭ ରିଡଲେ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ର ବେଳାଭୂମିରେ ବର୍ତମାନ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି  । ଏହା ଆସନ୍ତା ୨୫ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି । ଅଣ୍ଡା ଦେବାର ୪୫ ରୁ ୫୦ ଦିନ ପରେ ମୁଖ୍ୟତଃ ସେହି ଅଣ୍ଡା ରୁ ଛୁଆ ବାହାରିଥାନ୍ତି  । ଛୁଆ ଗୁଡିକ ସ୍ୱତପ୍ରବୃତ୍ତ ଭାବେ ବର୍ତମାନ ସମୁଦ୍ର ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଯାହାକି ପରିବେଶବିତ ମଧ୍ୟରେ ଅଧିକ ଉସ୍ୱାହ ଦେଖିବାକୁ ମିଳିଛି ।

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ାମପେଟା ଗ୍ରାମ ନିକଟସ୍ଥ ବେଳାଭୂମିର ବାଲୁକା ରାଶି ମଧ୍ୟରେ ପୋତି ହୋଇ ରହିଥିବା ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟିବା ପରେ ବେଳା ଭୂମିକୁ ଉଠି ସମୁଦ୍ର ଅଭିମୁଖେ ଯିବା ସହ ନୁଆଁ ଠିକଣା ପାଉଥିବା ଦେଖିବାକୁ ମିଳିଛି  । ଉକ୍ତ ପ୍ରକ୍ରିୟା ରାତ୍ରର ଥଣ୍ଡା ପରିବେଷରେ ଆରମ୍ଭ ହୋଇ ସକାଳ ସୂର୍ଯ୍ୟୋଦୟ ପର୍ୟ୍ୟନ୍ତ ଚାଲୁଥିବା ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

ବ୍ରହ୍ମପୁର ଡ଼ିଏଫଓ ଶନି ଖେଖରଙ୍କ ନିର୍ଦ୍ଦେଶକ୍ରମେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ସାମୁଦ୍ରିକ କଇଁଛ ଛୁଆ ଗୁଡିକର ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ବେଳାଭୂମିରେ ସମୂହ ଅଣ୍ଡାଦାନ ପୂର୍ବରୁ କିଛିଦିନ ମଧ୍ୟରେ ପ୍ରତି ରାତ୍ରରେ ସାମୁଦ୍ରିକ କଇଁଛ ଗୁଡିକ ଅଣ୍ଡାଦାନ କରିଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking